ବନବିଭାଗ କର୍ମଚାରୀଙ୍କ ହାତରେ ମଲା ସମ୍ବର

ବନବିଭାଗ କର୍ମଚାରୀଙ୍କ ହାତରେ ମଲା ସମ୍ବର

ବନବିଭାଗ କର୍ମଚାରୀଙ୍କ ହାତରେ ମଲା ସମ୍ବର
ମୟୁରଭଞ୍ଜ - ମୟୂରଭଞ ଜିଲ୍ଲାର ବାରିପଦା ବନଖଣ୍ଡ ଅନ୍ତର୍ଗତ ଗୁଡିଆଲବନ୍ଧ ନିକଟରୁ ଏକ ଆହତ ସମ୍ବରକୁ ବନବିଭାଗ ର କର୍ମଚାରୀ ମାନେ ଉଦ୍ଧାର କରିଥିଲେ ।ସମ୍ବର ଟି ଉପରେ ଶିକାରୀମାନେ ଆକ୍ରମଣ କରିବା ପରେ ପ୍ରାଣବିକଳରେ ଶିମିଳିପାଳ ଅଭୟାରଣ୍ୟ ଛାଡି ବାହାରକୁ ବାହାରି ଆସିଥିଲା। ଶିକାରୀମାନେ ବିଭିନ୍ନ ପଟରୁ ଆକ୍ରମଣ କରିବା ପରେ ବିଚାରା ତୀରବିଦ୍ଧ ହୋଇଥିବା ସମ୍ବର ଟି ଏକ ଜଳାଶୟ ଭିତରକୁ ପଶିଯାଇଥିଲା। ଖବର ପାଇ ବନବିଭାଗ ର କର୍ମଚାରୀ ମାନେ ଶିକାରୀମାନଙ୍କ କବଳରୁ ସମ୍ବର ଟି କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ ପରେ ସମ୍ବର ଟି ମରିଯାଇଥିଲା। ମୃତ ସମ୍ବର ଟି ର ଶବ ବ୍ୟବଚ୍ଛେଦ କରାଯାଇ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ପୋତି ଦିଆଯାଇଥିଲା।