ବଦଳିଲା ସରକାରୀ କାର୍ଯ୍ୟକ୍ରମରେ ଟିଫିନ୍, ଦିଆଯିବନି ବରା, ସିଂଗଡା, ମିଠା
ବଦଳିଲା ସରକାରୀ କାର୍ଯ୍ୟକ୍ରମରେ ଟିଫିନ୍, ଦିଆଯିବନି ବରା, ସିଂଗଡା, ମିଠା

ଭୁବନେଶ୍ୱର : ରାଜ୍ୟରେ ସରକାରୀ କାର୍ଯ୍ୟକ୍ରମରେ ବଦଳିବ ବାବୁଙ୍କ ସ୍ନାକ୍ସ । ସରକାରୀ କାର୍ଯ୍ୟକ୍ରମରେ ସିଙ୍ଗଡା, ବରା ଓ ମିଠା ବଦଳରେ ଅତିଥିଙ୍କୁ ଦିଆଯିବ ମାଣ୍ଡିଆ ଟିଫିନ। ପୋଷଣର ଭଣ୍ଡାର କୁହାଯାଉଥିବା ମାଣ୍ଡିଆର ବହୁଳ ବ୍ୟବହାର ରାଜ୍ୟ କୃଷି ବିଭାଗ ନିଷ୍ପତ୍ତି ନେଇଛି । ଏଣିକି ସବୁ ସରକାରୀ କାର୍ଯ୍ୟକ୍ରମ ଓ ସମ୍ମିଳନୀରେ ଦିଆଯିବ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ । ଏନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ମାଣ୍ଡିଆରେ ପ୍ରସ୍ତୁତ ବିସ୍କୁଟ, ମିକ୍ସଚର, ନିମକି, ପିଠା ଓ ଲଡୁ ଦେବାକୁ ପରାମର୍ଶ ଦିଆଯାଇଛି । ଓଡିଶା ମିଲେଟ୍ ମିଶନ ଜରିଆରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ସହ ଚାଷୀର ଆର୍ଥିକ ଉନ୍ନତି ଓ ସଶକ୍ତୀକରଣକୁ ରାଜ୍ୟ କୃଷି ବିଭାଗ ଗୁରୁତ୍ୱ ଦେଇଛି ।
ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିରେ ବ୍ୟବସାୟୀ ଖୁସି ବ୍ୟକ୍ତ କରିଛନ୍ତି । ଏଥର ସେମାନଙ୍କ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି । କୋରାପୁଟ ଓ ଜୟପୁରରେ ବର୍ତ୍ତମାନ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଅଧିକ ବ୍ୟବହାର ହେଉଛି ।