ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ବନ୍ଦ

ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ବନ୍ଦ

ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍ ବନ୍ଦ


ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହେଲା ୫ଟି ଗେଟ୍ । ବର୍ତ୍ତମାନ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି । ବାମ ପାର୍ଶ୍ୱରେ ୪ଟି ଏବଂ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ସୂଚନା ମୁତାବିକ, ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୨୯ ଫୁଟ୍ । ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୮ ହଜାର ୩୭୭ କ୍ୟୁସେକ ଜଳ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୧ ହଜାର ୯୦୬ କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।