ବଡ ଖବର : ସ୍ଫୁଟନିକ-ଭି ଟିକାକୁ ଭାରତରେ ମଞ୍ଜୁରି
ବଡ ଖବର : ସ୍ଫୁଟନିକ-ଭି ଟିକାକୁ ଭାରତରେ ମଞ୍ଜୁରି
admin
Apr 12, 2021 - 09:58
Updated: Apr 12, 2021 - 09:58
ନୂଆଦିଲ୍ଲୀ : ଭାରତରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଭାରତରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ସାମନାକୁ ଆସିଛି । ତାହା ହେଲା ଭାରତରେ ଋଷ ଟିକା ସ୍ଫୁଟନିକ-ଭି ଟିକାକୁ ମଞ୍ଜୁରି ମିଳିଛି । ତୃତୀୟ କରୋନା ଟିକା ଭାବେ ବ୍ୟବହାର ଅନୁମତି ମିଳିଛି । ପୂର୍ବରୁ କୋଭିସିଲ୍ଡ ଓ କୋଭାସିନ ଟିକା ଲୋକଙ୍କୁ ଦିଆଯାଉଛି ।
ପ୍ରକାଶ ଯେ, ଦେଶରେ କରୋନା ମିଟର ଉପରମୁହାଁ । ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଂଟାରେ ୧ ଲକ୍ଷ ୬୮ ହଜାର ୯୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ୯୦୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୩୫ ଲକ୍ଷ ୨୭ ହଜାର ୭୧୭ ରହିଛି । ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୦ ହଜାର ୧୭୯ରେ ପହଂଚିଛି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୨ ଲକ୍ଷ ୧ ହଜାର ୯ଜଣ । ୧କୋଟି ୨୧ ଲକ୍ଷ ୫୬ ହଜାର ୫୨୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସେପଟେ ସଂକ୍ରମିତଙ୍କ ସଂଖ୍ୟାରେ ଚିନ୍ତା ବଢ଼ାଉଛି ମହାରାଷ୍ଟ୍ର ।