ବଡ଼ଶଙ୍ଖ ଠାରେ ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ବଡ଼ଶଙ୍ଖ ଠାରେ ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ବଡ଼ଶଙ୍ଖ ଠାରେ ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ
ପୁରୀ: ଜଣେ ବ୍ୟବସାୟୀଙ୍କୁ ପୁଲିସ ମାଡ଼ ମାରି ଗୁରୁତର ଆହତ କରିବା ଓ ଏନେଇ ଜଣେ ସାମ୍ବାଦିକ ପୁଲିସକୁ ପଚାରିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ବଡ଼ଶଙ୍ଖ ଠାରେ ଫଳ ଓ ପନିପରିବା ବିକିବାକୁ ନେଇ ଆଜି ପୁଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ ଜଣେ ବ୍ୟସାୟୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡ଼ରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୁଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ମାଡ଼ ମାରିଲା ବେଳେ ଦତ୍ତାତ୍ରେୟ ନାୟକ ନାମକ ଜଣେ ସାମ୍ବାଦିକ ପୁଲିସକୁ ସମ୍ପୃକ୍ତ ବ୍ୟୟସାୟୀଙ୍କୁ ମାଡ଼ ନମାରିବା ପାଇଁ କହିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ିନଥିଲା । ଦତ୍ତାତ୍ରେୟ ନାୟକ ନିଜେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ମଧ୍ୟ ୬ରୁ ୭ ଜଣ ହୋମଗାର୍ଡ ତାଙ୍କୁ ମାଡ଼ ମାରିଥିଲେ । ଏନେଇ ଅଭିଯୋଗ ପରେ ପୁରୀ ଏସପି ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ସମ୍ପୃକ୍ତ ସାମ୍ବାଦିକଙ୍କ ସହ ଦୋକାନୀମାନେ ଧାରଣାରେ ବସିଛନ୍ତି । ତେବେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି ।