ବଜ୍ରପାତରେ ଗଲା ୧୭ଗାଈଙ୍କ ଜୀବନ
ବଜ୍ରପାତରେ ଗଲା ୧୭ଗାଈଙ୍କ ଜୀବନ
ଦଶପଲ୍ଲା: ନୟାଗଡ଼ ଓ କନ୍ଧମାଳ ଜିଲ୍ଲା ସୀମାରେ ଥିବା ଦଶପଲ୍ଲା ବ୍ଲକର କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ବଣି ଗ୍ରାମ ନିକଟ ଜଙ୍ଗଲରେ ଗୁରୁବାର ଅପରାହ୍ଣରେ ବଜ୍ରପାତ ଘଟି ୧୭ ଗାଈଙ୍କ ମୃତ୍ୟୁ ଘଟିଛି । ଏଥିସହ ୨ଟି ଛେଳି ଓ ୨ଟି ଗୋଧି ମଧ୍ୟ ଏହି ବଜ୍ରପାତରେ ପ୍ରାଣ ହରାଇଛନ୍ତି ।
ଅପରାହ୍ଣ ଗୋଟାଏ ବେଳେ ହଠାତ୍ ପ୍ରବଳ ବର୍ଷା ସାହିତ ବଜ୍ରପାତ ହୋଇଥିଲା । ଫଳରେ ଜଙ୍ଗଳ ଭିତରେ ଥିବା ଉପରମୁଣ୍ଡୁଳା ଗାଁ ପଡ଼ିଆରେ ଚରୁଥିବା ଗାଈଗୁଡ଼ିକ ମଧ୍ୟରୁ ୧୭ଟି ଗାଈ ପ୍ରାଣ ହରାଇଥିଲେ । ୨ଟି ଛେଳି ଓ ୨ଟି ଗୋଧି ମଧ୍ୟ ବଜ୍ରପାତରୁ ରକ୍ଷା ପାଇ ନଥିଲେ । ଗାଈ ଚରାଳି କିଛି ଦୂରରେ ଥିବାରୁ ବର୍ତ୍ତି ଯାଇଥିଲେ ।




admin 