ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ଫଳ, ଜାଣନ୍ତୁ କାରଣ

ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ଫଳ, ଜାଣନ୍ତୁ କାରଣ

ଫ୍ରିଜ୍‌ରେ ରଖନ୍ତୁ ନାହିଁ ଏହି ଫଳ, ଜାଣନ୍ତୁ କାରଣ

ଭୁବନେଶ୍ୱର: ବହୁ ଲୋକଙ୍କୁ ଏପରି ଅନୁଭବ ହୋଇଥାଏ ଯେ, ପନିପରିବା ଭଳି ଫଳକୁ ମଧ୍ୟ ଫ୍ରିଜରେ ରଖିବା ଦ୍ୱାରା ତାହା ଅଧିକ ଦିନ ପର୍ୟ୍ୟନ୍ତ ସତେଜ ରହିଥାଏ । ମାତ୍ର ଏହା ଆଦୌ ସଠିକ ନୁହେଁ । ଫଳ ଗୁଡିକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ଭିଟାମିନ ନଷ୍ଟ ହେବା ସହ ଏହା ବିଷାକ୍ତ ମଧ୍ୟ ହୋଇଯାଏ । ଜାଣନ୍ତୁ କେଉଁ ଫଳକୁ ଫ୍ରିଜରେ ରଖିବା ଉଚିତ ନୁହେଁ।

ତରଭୂଜ –ତରଭୂଜରେ ବହୁ ଆଣ୍ଟି-ଅକ୍ସିଡାଣ୍ଟ ରହିଛି । ଏହାକୁ ଗୋଟା ଫ୍ରିଜରେ ରଖିବା ଦ୍ୱାରା ଏହାର ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ନଷ୍ଟ ହୋଇଯାଏ । ମାତ୍ର କାଟିବା ପରେ ଏହାକୁ ଅଳ୍ପ ଦିନ ଫ୍ରିଜରେ ରଖି ପାରିବେ । ଖାଇବାର କିଛି ସମୟ ପୂର୍ବରୁ ଏହାକୁ କିଛି ସମୟ ଫ୍ରିଜରେ ରଖି ଥଣ୍ଡା କରି ଖାଇପାରିବେ ।

କଦଳୀ – କଦଳୀକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଶୀଘ୍ର କଳା ପଡି ପଚି ନଷ୍ଟ ହୋଇଯାଏ । ଏତଦ ବ୍ୟତୀତ କଳଦୀକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରୁ ଇଥାଈଲୀନ ନାମକ ଗ୍ୟାସ ନିର୍ଗତ ହୋଇ ଫ୍ରିଜରେ ଥିବା ଅନ୍ୟାନ୍ୟ ଖାନ୍ୟପଦାର୍ଥକୁ ମଧ୍ୟ ନଷ୍ଟ କରିଥାଏ ।

କମଳା , ଲେମ୍ବୁ –କମଳା , ଲେମ୍ବୁର ସ୍ୱାଦ ଖଟା । ଏଥିରେ ସିଟ୍ରିକ ଏସିଡ ଥିବାରୁ ଏହା ଥଣ୍ଡା ସହ୍ୟ କରିପାରିନଥାଏ ଓ ଏହାର ରସ ଓ ଚୋପା ଶୁଖିଯାଏ । ଯାଦ୍ୱାରା ଏହାର ସ୍ୱାଦ ଓ ଏଥିରେ ଥିବା ଭିଟାମିନ ନଷ୍ଟ ହୋଇଥାଏ ।

ଅଙ୍ଗୁର –ଅଙ୍ଗୁରକୁ ନଧୋଇ ଏହାକୁ ଫ୍ରିଜରେ ରଖି ପାରିବେ । ମାତ୍ର ଏହାକୁ ଧୋଇ ରଖିଲେ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ । ଆପଣ ଏକ ପ୍ଲାଷ୍ଟିକ ଜାରରେ ଏହାକୁ ଭର୍ତ୍ତି କରି ରଖି ପାରିବେ ।

ସେଓ –ସେଓରେ ଏନଜାଇମ୍ସ ଏକ୍ଟିବର ମାତ୍ରା ଅଧିକ ରହିଛି । ଯାଦ୍ୱାରା ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ଅଧିକ ପାଚି ନଷ୍ଟ ହୋଇଯାଏ ।

ଆମ୍ବ –ଆମ୍ବକୁ ମଧ୍ୟ ଫ୍ରିଜରେ ରଖିବା ଅନୁଚିତ । କାରଣ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହ୍ରାସ ପାଇଥାଏ ଓ ଏହା ଶୀଘ୍ର ପଚି ନଷ୍ଟ ହୋଇଯାଏ ।