ଫାଟିଲା ଗ୍ୟାସ୍‌ ଟାଙ୍କି, ଚାଲିଗଲା ଜୀବନ

ଫାଟିଲା ଗ୍ୟାସ୍‌ ଟାଙ୍କି, ଚାଲିଗଲା ଜୀବନ

ଫାଟିଲା ଗ୍ୟାସ୍‌ ଟାଙ୍କି, ଚାଲିଗଲା ଜୀବନ

ପାରାଦୀପ: କୁଜଙ୍ଗ ବ୍ଲକ୍‌, ତିର୍ତ୍ତୋଲ ଥାନା ଅନ୍ତର୍ଗତ ପୋତାନଈ ପଞ୍ଚାୟତର ଚନ୍ଦାପାଟ ଗ୍ରାମରେ  ଏକ ଅଭାବନୀୟ ଘଟଣା ଘଟିଛି । ଗ୍ୟାସ୍‌ ଟାଙ୍କି ଫାଟିଯିବାରୁ ବିଜୟ କୁମାର ବେହେରା(ବିିଜିନା)ଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ବିଜୟ ସବୁଦିନ ଭଳି ବାଇଲୋରେ ଥିବା ତାଙ୍କ ୱେଲ୍‌ଡିଂ ଦୋକାନକୁ ଯାଇଥିଲେ । ଗ୍ୟାସ୍‌ ସିଲିଣ୍ଡର୍‌ରେ ଝଳେଇ କାମ କରୁଥିବା ବେଳେ ହଠାତ୍‌ ସେଥିରୁ ନିଆଁ ଲାଗି ଯାଇଥିଲା । ଫଳରେ ବିଜୟଙ୍କ ଦେହରେ ନିଆଁ ଲାଗିବା ସହ ତାଙ୍କ ମୁହଁ ଓ ଛାତିରେ ପ୍ରବଳ ଆଘାତ ଲାଗିଥିଲା । ଗୋଡ଼ର ମାଂସଗୁଡ଼ିକ ଝଡ଼ି ପଡ଼ିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ ମଣିଜଙ୍ଗା ଡାକ୍ତରଖାନାକୁ ନିଆଯିବା ପରେ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ  ତାଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।।