ବାଣ ବିସ୍ଫୋରଣ ଟ୍ରାଜେଡି : ଆଉ ଜଣଙ୍କ ମୃତ୍ୟୁ

ବାଣ ବିସ୍ଫୋରଣ ଟ୍ରାଜେଡି : ଆଉ ଜଣଙ୍କ ମୃତ୍ୟୁ

ବାଣ ବିସ୍ଫୋରଣ ଟ୍ରାଜେଡି : ଆଉ ଜଣଙ୍କ ମୃତ୍ୟୁ


କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାଲିଆ ବାଣ ବିସ୍ଫୋରଣ ଘଟଣାରେ ରବିବାର ବିଳମ୍ବିତ ରାତିରେ ପୁଣି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କେନ୍ଦ୍ରାପଡ଼ା ସହର ଥାନା ଅଧୀନ ଜଇପୁରାର ପିଣ୍ଟୁ ଖାନ୍‌(୨୨)। ସେ ବିସ୍ଫୋରଣରେ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲ୍‌ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖି ଚିକିତ୍ସା କରାଯାଉଥିଲା । ତାଙ୍କୁ ବଞ୍ଚାଇବାକୁ ଡାକ୍ତରୀ ଟିମ୍‌ର ସବୁ ଚେଷ୍ଟା ବିଫଳ ହୋଇଛି 

ଶୁକ୍ରବାର ଦିନ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମର ଉଦୟନାଥ ଭୋଇଙ୍କର କଟକ ବଡ଼ ମେଡିକାଲର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏବେ ବର୍ଣ୍ଣ ଆଇସିୟୁରେ ପ୍ରାଣକୃଷ୍ଣ ବେଜ ଓ ମହେଶ ଲେଙ୍କା ଚିକିତ୍ସାଧୀନ ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ବାଲିଆ ଅଘଟଣ ପରେ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିବା ୩୪ ଆହତଙ୍କ ମଧ୍ୟରୁ ଇତିମଧ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।