ଫଳୁଛି ଅଣ୍ଡା ବାଇଗଣ
ସମ୍ବଲପୁର : ଅଣ୍ଡା ବାଇଗଣ କହିଲେ ବାଇଗଣ ସହ ଅଣ୍ଡା ପଡି ଗୋଟାଏ ଖାଇବା ଆଇଟମ କଥା ନିଶ୍ଚୟ ମନକୁ ଆସୁଥିବ । କିନ୍ତୁ କଥାଟି ସେଇୟା ନୁହେଁ ଏଠି ଯେଉଁ ଅଣ୍ଡା ବାଇଗଣ କଥା କୁହାଯାଇଛି ତାହା ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ସେମିତି ସୁଆଦିଆ । ହେଲେ ତାହା କଡେ଼ଇରେ ନୁହେଁ ବରଂ ଗଛରେ ଫଳୁଛି । ସୂଚନା ଅନୁସାରେ, ଦୁର୍ଗାପାଲିର ସଂଯୁକ୍ତା ମେହେରଙ୍କ ଘରେ ଏହି ବାଇଗଣ ପ୍ରଥମେ ଫଳିଥିଲା । ତାଙ୍କ ଗମଲାରେ ବାଇଗଣ ଗଛଟି ଉଠିଥିବା ବେଳେ ସେ ତା’ର ଯତ୍ନ ନେଇଥିଲେ । ସେଥିରେ ୨ଟି ବାଇଗଣ ଫଳିଥିଲା, ଯାହା ଦେଖିବାକୁ ଅବିକଳ ଅଣ୍ଡା ଭଳି । ସେ ସେଥିରୁ ଗୋଟିଏ ବାଇଗଣ ତାଙ୍କ ସାଙ୍ଗ ଧନୁପାଲିର କଳ୍ପନା ମିଶ୍ରଙ୍କୁ ଦେଇଥିଲେ ଏବଂ ନିଜେ ଗୋଟିଏ ରଖିଥିଲେ । ଦୁହେଁ ତଳି ପକାଇଥିଲେ । ଏବର୍ଷ ଉଭୟଙ୍କର ଏକାଧିକ ଗଛ ଉଠିଛି । ପ୍ରତି ଗଛରେ ୫ରୁ ୮ଟି ବାଇଗଣ ଫଳୁଛି । ଯାହାର ସ୍ୱାଦ ବାଇଗଣ ଭଳି, କିନ୍ତୁ ତା’ର ଅଣ୍ଡା ଆକୃତି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଉଭୟ ଏବର୍ଷ ମଧ୍ୟ ନୂଆ ଚାରା ପକାଇବେ ବୋଲି କହିଛନ୍ତି । ଏହି ବାଇଗଣ ଲଗାଇବା ପରେ ବଗିଚାରେ ସୌନ୍ଦର୍ଯ୍ୟ ଅଧିକ ବଢ଼ୁଛି ବୋଲି ସଂଯୁକ୍ତା କହିଛନ୍ତି ।




admin 