ପ୍ରେମ ସମ୍ପର୍କ ମଜବୁତ ରଖିବାର ଫର୍ମୁଲା
ପ୍ରେମ ସମ୍ପର୍କ ମଜବୁତ ରଖିବାର ଫର୍ମୁଲା
ସମସ୍ତଙ୍କ ପାଇଁ ନିଜ ନିଜ ପ୍ରେମ ସମ୍ପର୍କ ସ୍ୱତନ୍ତ୍ର ହୋଇଥାଏ । ଆଜିକାଲି ଯୁଗରେ ସମସ୍ତେ ଏକ ସମ୍ପର୍କରେ ରହିବାକୁ ଚାହିଁଥାନ୍ତି । ଏହି ସମ୍ପର୍କ ଏକ ବନ୍ଧୁତ୍ୱରୁ ଆରମ୍ଭ ହୋଇଥାଏ । ସେହି ସମ୍ପର୍କର ଆରମ୍ଭରେ ଲୋକମାନେ ଅନେକ ଉପଭୋଗ କରନ୍ତି। ପରସ୍ପର ପ୍ରତି ଯତ୍ନବାନ ହୁଅନ୍ତି । କିନ୍ତୁ କୁହାଯାଏ, ଯେଉଁଠି ଭଲପାଇବା ଅଧିକ ଥାଏ, ସେଠି ଅଧିକ ଝଗଡ଼ା ହୋଇଥାଏ । କିନ୍ତୁ ବେଳେ ବେଳେ ଏହି ଝଗଡ଼ା ଏତେ ମାତ୍ରାରେ ବଢିଥାଏ ଯେ ମତଭେଦ ଦେଖାଯାଏ । ଯାହାଦ୍ୱାରା ସମ୍ପର୍କ ଭାଙ୍ଗି ଯିବାର ସମ୍ଭାବନା ଅଧିକ ଥାଏ । ତେଣୁ ଝଗଡା ସମୟରେ କିଛି ବିଶେଷ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ ।
ପ୍ରଥମତଃ ନିଜ କ୍ରୋଧକୁ ଆୟତରେ ରଖିବା ଉଚିତ୍ । କାରଣ କ୍ରୋଧିତ ହୋଇ କିଛି କହିବା ଦ୍ୱାରା ସମ୍ପର୍କରେ ତିକ୍ତତା ବଢିଥାଏ । ଏହା ସହିତ ସବୁ ପରିସ୍ଥିତିରେ ନିଜକୁ ଆଡଜଷ୍ଟ କରିବା ଜରୁରୀ । କାରଣ ଯେତେବେଳେ ପ୍ରେମ କରିଥାନ୍ତି, ଉଭୟଙ୍କ ଚିନ୍ତାଧାରା ସମାନ ହେବା ଉଚିତ୍ । ତେଣୁ ପରସ୍ପରଙ୍କ ପରିସ୍ଥିତି ଉଭୟ ବୁଝିବା ଉଚି୍ତ । ଏହା ଛଡା କେବେ ଛୋଟ କଥାକୁ ଧରନ୍ତୁ ନାହିଁ । ଅତୀତରେ ଯାହା ଘଟିଯାଇଛି ତାକୁ ନେଇ ବାରମ୍ବାର ଆଲୋଚନା କରି ନିଜ ସାଥିକୁ ଦୋଷ ଦିଅନ୍ତୁ ନାହିଁ । କାରଣ ଏହା ଝଗଡାକୁ ବଢାଇଥାଏ । ଝଗଡା ସମୟରେ ଉଭୟଙ୍କ ମଧ୍ୟରେ ବିଶ୍ୱାସ ରହିବା ଉଚିତ୍ ।
ଉଭୟ ଉଭୟଙ୍କୁ ସ୍ୱାଧିନତା ଦେବା ନିହାତି ଆବଶ୍ୟକ। ନିଜ ସାଥିଙ୍କ ମୋବାଇଲ୍ ଯାଞ୍ଚ କରିବା ଉଚି୍ତ ନୁହେଁ । ସୋସିଆଲ ମିଡିଆ ଉପରେ ନଜର ରଖିବା ଉିଚିତ୍ ନୁହେଁ । ସାଙ୍ଗମାନଙ୍କ ବିଷୟରେ ଭୁଲ ଭାବିବା ଉଚିତ୍ ନୁହେଁ ।




admin 