ପ୍ରେମ ପରେ ପ୍ରତାରଣା, ଅଭିନେତା ଅଟକ
ପ୍ରେମ ପରେ ପ୍ରତାରଣା, ଅଭିନେତା ଅଟକ
ଭୁବନେଶ୍ୱର: ପ୍ରେମ ପରେ ପ୍ରତାରଣା କରି ଫସିଛନ୍ତି ଅଭିନେତା। ଏଭଳି କାରନାମା ଭିଆଇଛନ୍ତି ଜଣେ ସିରିଏଲ୍ ଅଭିନେତା। ଏମ ସୁମନ କୁମାର ନାମକ ଜଣେ ଅଭିନେତା ପାହାଳ ଥାନାରେ ଅଟକ ଅଛନ୍ତି । ପାହାଳ ଥାନାରେ ସୁମନଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମିଳିଥିବା ସୂଚନା ମୁତାବକ ଜଣେ ଯୁବତୀଙ୍କ ସହିତ ଦୁଇବର୍ଷ ଧରି ଏକତ୍ର ରହିଆସୁଥିଲେ ଉକ୍ତ ଅଭିନେତା ଜଣଙ୍କ ।
ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କରେ ମଧ୍ୟ ଯୁବକ ଜଣଙ୍କ ରହିଆସୁଥିବା ଅଭିଯୋଗ ହୋଇଛି । ସେପଟେ ଏତେ ଦିନର ସମ୍ପର୍କରେ ରହିବା ସ୍ୱତେ ଯୁବତୀଙ୍କୁ ଯୁବକ ଜଣଙ୍କ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଥାନାରେ ଏନେଇ ଅଭିଯୋଗ କରିଛନ୍ତି ଯୁବତୀ । ପରେ ପୋଲିସ ଯୁବକଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ ।




admin 