ନାଗାବଳୀ ନଦୀରେ ବୁଡ଼ିଗଲେ ୨ ଛାତ୍ର
ନାଗାବଳୀ ନଦୀରେ ବୁଡ଼ିଗଲେ ୨ ଛାତ୍ର
ରାୟଗଡା: ନାଗାବଳୀ ନଦୀରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ୧୦ ଜଣ ଛାତ୍ର ମଧ୍ୟାହ୍ନରେ ତୁମ୍ବୀଗୁଡ଼ା ସ୍ଥିତ ନାଗାବଳୀ ନଦୀକୁ ଗାଧାଇବା ପାଇଁ ଯାଇଥିଲେ । ଛୁଟିରେ ନଦୀ ପାଣି ମଜା ନେଉଥିବାବେଳେ ଦୁଇଜଣ ବୁଡିଯାଇଥିଲେ । ସମସ୍ତ ଛାତ୍ର ରାୟଗଡା ସହର ସ୍ଥିତ ଏକ ଘରୋଇ ସ୍କୁଲର ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ ୧୦ ଜଣ ଯାକ ଛାତ୍ର ଗାଧୋଇବା ପାଇଁ ନଦୀକୁ ଯାଇଥିଲେ । ଏହି ସମୟରେ ଦୁଇ ଜଣ ଛାତ୍ର ନଦୀରେ ବୁଡ଼ି ଯାଇଥିଲେ । ମୃତ ଛାତ୍ରଙ୍କ ନାଁ ଆଦିତ୍ୟ ନାୟକ ଓ ଆକାଶ ଚୌଧୁରୀ । ରାୟଗଡା ପୋଲିସ ଘଟଣା ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରଛି ।




admin 