ପ୍ରେମିକା ବାହାଘର ପରେ ପ୍ରେମିକ ହାରିଲା ଜୀବନ
ପ୍ରେମିକା ବାହାଘର ପରେ ପ୍ରେମିକ ହାରିଲା ଜୀବନ
ସୋର:ଯାହାକୁ ମନ ଦେଇ ଭଲ ପାଇଥିଲା, ସେ ଚାଲିଗଲା ଅନ୍ୟର ହାତ ଧରି। ବଞ୍ଚିବି କାହାପାଇଁ, ଏମିତି ମାନସିକ ସ୍ଥିତି ଭିତରେ ଜୀବନ ହାରିଦେଲା ପ୍ରେମିକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ସୋର ଅଂଚଳରେ। ପ୍ରେମିକା ଅନ୍ୟତ୍ର ବାହାହେଇ ଯିବାରୁ ଜୀବନ ହାରିଲା ପ୍ରେମିକ। ଆଜି ସକାଳେ ମାଣତ୍ରି ଜହ୍ନିଆ ଗ୍ରାମର ୨୨ ବର୍ଷର ଯୁବକ ଏକ ଆକାଶୀ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରେମରେ ବିଫଳତା ହିଁ ଏହି ଆତ୍ମହତ୍ୟା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି, ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।




admin 