ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି କହିଲେ...

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି କହିଲେ...

ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି କହିଲେ...

ଭୁବନେଶ୍ୱର: ପାଣପାଗ ବିଭାଗ ପୂର୍ବ ଆକଳନ ଅନୁଯାୟୀ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସାମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଣ୍ଡାମାନ ସାଗରରେ ଆଜି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଅସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ । କାଳକ୍ରମେ ଏହା ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପ୍ରକାର ଆକଳନ କରାଯାଇନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସଠିକ୍ ଆକଳନ କରିହେବ । ଏହାର ତୀବ୍ରତା ଓ ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, ତାହ ଲଘୁଚାପ ହେଲେ ଜଣାପଡିବ ବୋଲି ସେ ସୂଚନା ଦେଇଛନ୍ତି ।

ତେବେ ପ୍ରାକ୍ ମୌସୁମୀ ପରିବେଶ ବାତ୍ୟା ପାଇଁ ଅନୁକୂଳ ରହିଛି ବୋଲି କୁହାଯାଇଛି ଓ ଆମେ ଏହା ଉପରେ ଅନୁଧ୍ୟାନ କରୁଛୁ ଓ ରାଜ୍ୟରେ ହିଟୱେଭ୍  ନେଇ କୌଣସି ସମ୍ଭାବନା ନାହିଁ ବୋଲି  ଆଇଏମଡି ଡିଜି କହିଛନ୍ତି । 

ଅନ୍ୟପଟେ ବାତ୍ୟା ପାଇଁ ଲୋକେ ଆତଙ୍କିତ ନହୋଇ ସତର୍କ ରହିବାକୁ ଯୋଗାଣ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଅଯଥା ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ୍ ନରଖିବାକୁ ସେ କହିଛନ୍ତି । କାରଣ ଏପରି ହେଲେ ବଜାରରେ କୃତିମ ଅଭାବ ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି ।