ପ୍ରଶଂସକଙ୍କ ଅନୁରୋଧ ପରେ ନେଟ୍‌ଫ୍ଲିକ୍‌ସ’ରେ ଉପଲବ୍ଧ ହେବ ‘ସର୍ଭେଣ୍ଟ ଅଫ ଦି ପିପୁଲ’

ପ୍ରଶଂସକଙ୍କ ଅନୁରୋଧ ପରେ ନେଟ୍‌ଫ୍ଲିକ୍‌ସ’ରେ ଉପଲବ୍ଧ ହେବ ‘ସର୍ଭେଣ୍ଟ ଅଫ ଦି ପିପୁଲ’

ପ୍ରଶଂସକଙ୍କ ଅନୁରୋଧ ପରେ ନେଟ୍‌ଫ୍ଲିକ୍‌ସ’ରେ ଉପଲବ୍ଧ ହେବ ‘ସର୍ଭେଣ୍ଟ ଅଫ ଦି ପିପୁଲ’

ୱାସିଂଟନ୍: ଯୁଦ୍ଧର ଘନଘଟା ମଧ୍ୟରେ ପ୍ରଶଂସକମାନେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କୁ ମନେ ପକାଇଛନ୍ତି। ତାଙ୍କ ଦ୍ବାରା ଅଭିନୀତ ରାଜନୈତିକ ଜୀବନ ଉପରେ ଆଧାରିତ ଲୋକପ୍ରିୟ ୱେବ୍ସିରିଜ୍ ‘ସର୍ଭେଣ୍ଟ୍ ଅଫ୍ ଦି ପିପୁଲ୍’ ପୁଣି ନେଟ୍ଫ୍ଲିକ୍ସ୍କୁ ଫେରିଛି। ଦିନକୁ ଦିନ ରୁଷିଆର ବୋମା ଓ ଗୁଳି ବର୍ଷଣ ମଧ୍ୟରେ ୟୁକ୍ରେନ୍‌ ଛାରଖାର ହୋଇଯାଇଛି। କିନ୍ତୁ ଜେଲେନ୍‌ସ୍କି ତାଙ୍କର ସୈନ୍ୟମାନଙ୍କୁ ଆତ୍ମବଳ ଦେଇଛନ୍ତି। ଯୁଦ୍ଧରେ ବିଜୟ ହେବାକୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। 

ସୂଚନାଯୋଗ୍ୟ ଯେ ହାସ୍ୟ କଳାକାରରୁ ରାଷ୍ଟ୍ରପତି ବନିଥିବା ଜେଲେନ୍‌ସ୍କିଙ୍କ ଅଭିନୀତ ସିରିଜ୍ ‘ନେଟ୍ଫ୍ଲିକ୍ସ୍’ରେ ଉପଲବ୍ଧ ହେବାରୁ ପ୍ରଶଂସକମାନେ ଖୁସ ପ୍ରକାଶ କରିଛନ୍ତି। ତିନୋଟି ସେସନ୍ ଥିବା ଏହି ସୋ’ ୨୦୧୬ ରୁ ୨୦୧୯ ପର୍ୟ୍ୟନ୍ତ ପ୍ରସାରିତ ହୋଇଥିଲା।

ବୁଧବାର ଟୁଇଟ୍ କରି ‘ନେଟ୍ଫ୍ଲିକ୍ସ୍’ କହିଛି, ଆପଣମାନେ ଅନୁରୋଧ କରିବାରୁ ତାହା ଫେରି ଆସିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ‘ନେଟ୍ଫ୍ଲିକ୍ସ୍’ରେ ପୁଣି ଥରେ ‘ସର୍ଭାଣ୍ଟ୍ ଅଫ୍ ଦି ପିପୁଲ୍’ ଉପଲବ୍ଧ ହେଉଛି। ୨୦୧୫ର ଏହି ବ୍ୟଙ୍ଗାତ୍ମକ ସିରିଜ୍ରେ ଅଭିନୟ କରିଥିଲେ ଜେଲେନ୍ସ୍କି। ଏଥିରେ ଜେଲେନସ୍କି ହଠାତ୍ ରାଷ୍ଟ୍ରପତି ହୋଇଯାଉଥିବା ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି। ଜଣେ ଶିକ୍ଷକ ହିସାବରେ ସେ ଦୁର୍ନୀତି ସଂକ୍ରାନ୍ତରେ ଅଭିଯୋଗ କରୁଥିବାର ଭିଡିଓ ହଠାତ୍ ଭାଇରାଲ୍ ହୋଇଯାଇଥିଲା।

୨୦୧୯ରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଜେଲେନସ୍କି ନିଷ୍ପତ୍ତି ନେବା ପର୍ୟ୍ୟନ୍ତ ୩ଟି ସିଜନ୍ରେ ପ୍ରସାରିତ ହୋଇଥିବା ଉକ୍ତ ସୋ’ର ପରିସମାପ୍ତି ଘଟିଥିଲା।