+୨ ପରୀକ୍ଷା ନେଇ ବଡ଼ ଖବର
+୨ ପରୀକ୍ଷା ନେଇ ବଡ଼ ଖବର
ଭୁବନେଶ୍ୱର : ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ହେବ । ରାଜ୍ୟର ପ୍ରାୟ ୩ ଲକ୍ଷ ୨୦ ହଜାର ପିଲା ଯୁକ୍ତ ଦୁଇ ପରୀକ୍ଷା ଦେବେ । ଏବେ ତାତି ବଢ଼ୁଥିବାରୁ ପ୍ରତିଦିନ ଗୋଟିଏ ସିଟିଂ ହିଁ ପରୀକ୍ଷା ହେବ । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା ହେବ । ମହାମାରୀ ପାଇଁ ପରୀକ୍ଷାରେ କେତେକ କଟକଣା କୋହଳ କରାଯାଇଛି ।
ପୂର୍ବରୁ ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା ସହ ମୂଲ୍ୟାୟନ ପଦ୍ଧତି ନେଇ ମଧ୍ୟ ସୂଚନା ଦିଆଯାଇଥିଲା। କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା ନେଇ କିଛି ସୂଚନା ଦିଆ ନଯାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ଚିନ୍ତାରେ ଥିଲେ । ଗତବର୍ଷ କରୋନା ଯୋଗୁଁ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହୋଇନଥିଲା । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପରୀକ୍ଷା ମାର୍କ ସ୍ଥିର କରାଯାଇଥିଲା ।
ପରୀକ୍ଷା ତାରିଖ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ ଆଶ୍ୱସ୍ତ ହୋଇଛନ୍ତି । ପୂର୍ବରୁ କେତେକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ନକରିବାକୁ ବି ଦାବି କରିଥିବା ଦେଖିବାକୁ ମିଳିଥିଲା । ତେବେ କରୋନା ହ୍ରାସ ପାଇଥିବାରୁ ଅଫଲାଇନ ପରୀକ୍ଷା ନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଅପରପକ୍ଷରେ ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା ହେବାକୁ ଯାଉଛି । ଏକା ସମୟରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ହେଉଥିବାରୁ ଏହା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ଏକ ଆହ୍ୱାନ ସୃଷ୍ଟିକରିଛି ।




admin 