ପ୍ରଭାବଶାଳୀ ମହିଳା ତାଲିକାରେ ନିର୍ମଳା ସୀତାରମଣ ଓ କିରଣ ମଜୁମଦାର ଶ
ପ୍ରଭାବଶାଳୀ ମହିଳା ତାଲିକାରେ ନିର୍ମଳା ସୀତାରମଣ ଓ କିରଣ ମଜୁମଦାର ଶ
admin
Dec 9, 2020 - 06:59
Updated: Dec 9, 2020 - 06:59
ମୁମ୍ବାଇ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାୟୋକନ୍ର ସଂସ୍ଥାପକ କିରଣ ମଜୁମଦାର୍ ଶ ଓ ଏଚ୍ସିଏଲ୍ ଏଣ୍ଟରପ୍ରାଇଜେସ୍ର ସିଇଓ ରୋଶନୀ ନାଦର ମାଲହୋତ୍ରା ଦୁନିଆର ଶକ୍ତିଶାଳୀ ୧୦୦ ମହିଳାଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି ।
ଫୋବର୍ସ ତରଫରୁ ଜାରି ହୋଇଥିବା ବିଶ୍ବର ଶ୍ରେଷ୍ଠ ତଥା ଶକ୍ତିଶାଳୀ ମହିଳା ସୂଚୀରେ ଜର୍ମାନ୍ ଚାନ୍ସେଲର୍ ଏଞ୍ଜେଲା ମାର୍କଲ୍ ଲଗାତାର ଦଶମ ଥର ପାଇଁ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି । ସେହିପରି ୟୁରୋପିଆନ୍ ସେଣ୍ଟ୍ରାଲ୍ ବ୍ୟାଙ୍କର ପ୍ରମୁଖ କ୍ରିଷ୍ଟିଆନ୍ ଲେଗାର୍ଡ ଦ୍ବିତୀୟ ଥର ପାଇଁ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ମେଲିଣ୍ଡା ଗେଟସ୍ ପଞ୍ଚମ ସ୍ଥାନରେ ରହିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ତାଲିକାର ୪୧ତମ ସ୍ଥାନରେ ରହିଥିବାବେଳେ ରୋଶ୍ନୀ ନାଦର ମାଲହୋତ୍ରା ୫୫ ସ୍ଥାନରେ କିରଣ ମଜମୁଦାର ଶ’ ୬୮ତମ ସ୍ଥାନରେ, ଲେଣ୍ଡମ୍ୟାର୍କ ସମୂହର ଅଧ୍ୟକ୍ଷ ରେଣୁକା ଜଗତିଆନୀ ୯୮ ସ୍ଥାନରେ ରହିଛନ୍ତି ।
ଏହି ସୂଚୀରେ ୧୦ଟି ରାଜ୍ୟ/ଦେଶର ପ୍ରମୁଖ, ୩୮ ଜଣ ସିଇଓ, ପାଞ୍ଚ କଳାକାର ସାମିଲ୍ ରହିଛନ୍ତି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡନ୍ ଏହି ତାଲିକାର ୩୨ ସ୍ଥାନରେ ରହିଥିବାବେଳେ ତାଇଓ୍ବାନ୍ର ରାଷ୍ଟ୍ରପତି ସାଇ ଇଂଗ ଓ୍ବେନ୍ ୩୭ ତମ ସ୍ଥାନରେ ରହିଛନ୍ତି । ସହିପରି ବଙ୍ଗଳାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ୩୯ତମ ସ୍ଥାନରେ ଥିବାବେଳେ ମହାରାଣୀ ଏଲିଜାବେଥ୍ ଦ୍ବିତୀୟ ୪୬ତମ ସ୍ଥାନରେ ରହିଛନ୍ତି ।