୨୪୦ ପଏଣ୍ଟ ଉପରେ ସେନସେକ୍ସ : ସିପ୍ଲା ଅଂଶଧନ ମୂଲ୍ୟରେ ୬ ପ୍ରତିଶତର ଅଭିବୃଦ୍ଧି

୨୪୦ ପଏଣ୍ଟ ଉପରେ ସେନସେକ୍ସ : ସିପ୍ଲା ଅଂଶଧନ ମୂଲ୍ୟରେ ୬ ପ୍ରତିଶତର ଅଭିବୃଦ୍ଧି

୨୪୦ ପଏଣ୍ଟ ଉପରେ ସେନସେକ୍ସ : ସିପ୍ଲା ଅଂଶଧନ ମୂଲ୍ୟରେ ୬ ପ୍ରତିଶତର ଅଭିବୃଦ୍ଧି
ମୁମ୍ବାଇ : ଗତ ସପ୍ତାହରେ ଏକାଧିକ ଦିନ ତଳୁଆ ରହିଥିବା ସେୟାର ବଜାରରେ ଆଜି ଭଲ ଆରମ୍ଭ କରିଛି । ଦିନର ଟ୍ରେଡିଂ ସେସନ୍ ଆରମ୍ଭରୁ ସେନସେକ୍ସ ୨୪୫ ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍ଟୀ ୧୧୨୮୯.୯୫ ପଏଣ୍ଟରେ ରହିଛି । ଏହି ସମୟରେ ଫାର୍ମା କମ୍ପାନୀ ସିପ୍ଲା ସର୍ବାଧିକ ଲାଭ ହାସଲକାରୀ କମ୍ପାନୀ ରହିଛି । ସିପ୍ଲାର ଅଂଶଧନ ମୂଲ୍ୟରେ ୬ ପ୍ରତିଶତର ଅଭିବୃଦ୍ଧି ଘଟିଛି । ସିପ୍ଲାର ତୈ୍ରମାସିକ ଆର୍ଥିକ ରିପୋର୍ଟ ଆସିଥିବାରୁ କମ୍ପାନୀର ଅଂଶଧନ ମୂଲ୍ୟ ରକେଟ ଗତିରେ ଉପରକୁ ଉଠିଛି । ସେହିପରି ଅନ୍ୟ କମ୍ପାନୀ ମାନଙ୍କ ମଧ୍ୟରେ ଏଲଆଣ୍ଡଟି, ଏମ୍ ଆଣ୍ଡ ଏମ୍, ବଜାଜ ଫାଇନାନ୍ସ, ସନ୍ ଫାର୍ମା, ଏଚ୍ଡିଏଫ୍ସି, ଏସବିଆଇ, ୟୁପିଏଲ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କ ପ୍ରମୁଖ ଲାଭ ହାସଲକାରୀ କମ୍ପାନୀ ରହିଛନ୍ତି । ଏହି କମ୍ପାନୀ ଗୁଡିକର ଅଂଶଧନ ମୂଲ୍ୟରେ ୧.୨୭ରୁ ୪ ପ୍ରତିଶତର ଅଭିବୃଦ୍ଧି ଘଟିଛି । ସେହିପରି ହିଣ୍ଡାଲକୋ ଏହି ସମୟରେ ସର୍ବାଧ୍ଖଳ ୧.୦୪ ପ୍ରତିଶତ ଅର୍ଥ ହରାଇଛି ।