୩ ବର୍ଷରେ ପ୍ରତି ଗାଁରେ ହାଇସ୍ପିଡ ଇଣ୍ଟରନେଟ୍ : ନରେନ୍ଦ୍ର ମୋଦି

୩ ବର୍ଷରେ ପ୍ରତି ଗାଁରେ ହାଇସ୍ପିଡ ଇଣ୍ଟରନେଟ୍ : ନରେନ୍ଦ୍ର ମୋଦି

୩ ବର୍ଷରେ ପ୍ରତି ଗାଁରେ ହାଇସ୍ପିଡ ଇଣ୍ଟରନେଟ୍ : ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚଳିତ ବର୍ଷର ଇଣ୍ଡିଆ ମୋବାଇଲ କଂଗ୍ରେସକୁ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାନ କରିଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି ଟେଲିକମ କ୍ଷେତ୍ରରେ ଭାରତର ଉନ୍ନତି ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଛନ୍ତି । ଏହାବ୍ୟତୀତ ଆଗାମୀ ୩ ବର୍ଷ ମଧ୍ୟରେ ଭାରତର ପ୍ରତ୍ୟେକ ଗାଁରେ ହାଇସ୍ପିଡ ଇଣ୍ଟରନେଟ ପହଞ୍ଚି ସାରିଥିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । କାର୍ଯ୍ୟକ୍ରମରେ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ଜ୍ଞାନ କୌଶଳ ଯୋଗୁଁ କରୋନା ମହାମାରୀ ଭିତରେ ମଧ୍ୟ ବିଶ୍ୱ ଅଗ୍ରଗତି କରିବା ସମ୍ଭବପର ହୋଇପାରିଛି । ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଲୋକମାନେ ନିଜ ନିଜ ପରିବାର ସହିତ ଜଡ଼ିତ ହୋଇ ରହିପାରୁଛନ୍ତି । ଶ୍ରେଣୀଗୃହରେ ନ ମଧ୍ୟ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି । ବର୍ତ୍ତମାନ ସମୟରେ ମୋବାଇଲ ପ୍ରତ୍ୟେକ ଲୋକଙ୍କୁ ଏକ ଡିଜିଟାଲ ପରିଚୟ ଦେଇପାରିଥିବା ମୋଦି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଦେଶର କୋଟି କୋଟି ଲୋକ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ଜ୍ଞାନକୌଶଳ ଯୋଗୁଁ ସରକାରୀ ସହାୟତା ବାଟମାଣା ନ ହୋଇ ସିଧାସଳଖ ଜନତାଙ୍କ ନିକଟରେ ପହଞ୍ଚୁଛି । ଗ୍ରାମାଞ୍ଚଳରେ ମୋବାଇନ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା କିଛି ବର୍ଷ ହେବ ଦ୍ରୁତ ଗତିରେ ବଢ଼ିଚାଲିଛି । ଅନ୍ୟ ଦେଶ ତୁଳନାରେ ଭାରତରେ ମୋବାଇଲ ଉପôାଦନ ତଥା ଚାହିଦା ମଧ୍ୟ ଅଧିକ ରହିଥିବା ମୋଦି କହିଛନ୍ତି । ସୂଚନା ଥାଉ କି, କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଇଣ୍ଡିଆ ମୋବାଇଲ କଂଗ୍ରେସର ଆୟୋଜନ କରାଯାଇଛି । ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦେଶର ଟେଲିକମ କ୍ଷେତ୍ରରେ ଉନ୍ନତି କରିବା ଏହାର ମୁଖ୍ୟ ଲକ୍ଷ୍ୟ । ଟେଲିକମ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି, ବିଦେଶୀ ପୁଞ୍ଜିନିବେଶକାରୀଙ୍କୁ ଭାରତକୁ ଆକର୍ଷଣ କରିବା, ଦେଶରେ ଟେଲିକମ ବିକାଶକୁ ପ୍ରୋତ୍ସାହନ ଦେବା ଆଦି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।