ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଦୁର୍ନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଦୁର୍ନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଦୁର୍ନୀତି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟି ଦୁର୍ନୀତି ଅଭିଯୋଗ ହୋଇଛି । ପ୍ରେସମିଟ୍ କରି ଅଭିଯୋଗ ଆଣିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ରିପୋର୍ଟ ଅନୁସାରେ ବ୍ୟାପକ ଅନିୟମିତତା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିରେ ଅଯୋଗ୍ୟ ହିତାଧିକାରୀଙ୍କ ବାପା ନାଁରେ ଘର ମିଳିଛି । ନିଆଳି ବ୍ଲକରେ ଗୁହାଳ ପାଇଁ ବି ଅର୍ଥ ଦିଆଯାଇଛି । ଆଂଟିତ ଘରେ ବିଜୁ ପକ୍କାଘର ଫଳକ ବଡ ଆକାରରେ ଲଗାଯାଇଛି । ୯୮,୫୬୨ ହିତାଧିକାରୀଙ୍କୁ ମାନୁଆଲ ପାଣ୍ଠି ହସ୍ତାନ୍ତର କରାଯାଇଛି । ପ୍ରତି ଘର ପାଇଁ ଲକ୍ଷେ ୨୦ ହଜାର ହିସାବରେ ପ୍ରାୟ ହଜାରେ କୋଟି ଦୁର୍ନୀତି ହୋଇଛି । ଅଧିକାଂଶ ଘର ନିର୍ମାଣ ନିମ୍ନ ମାନର; ଝରକା, ଶୌଚାଳୟ ଆଦି ନାହିଁ । ୯ଟି ଜିଲ୍ଲାକୁ ଆଦୌ ଘର ଦିଆଯାଇନି, ଝାରସୁଗୁଡାକୁ ମାତ୍ର ୪ଟି ଘର ମିଳିଛି । ଆବାସ ଦୁର୍ନୀତି ପ୍ରତିବାଦରେ ଜୁଲାଇ ୭, ୮ ଓ ୯ରେ ବିଜେପି ଆନେ୍ଦାଳନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।