ପ୍ରଚଣ୍ଡ ରୁଦ୍ରତାପରେ ସିଜୁଛି ଓଡିଶା , ୪୦ ଡିଗ୍ରୀ ଉପରେ ୧୫ ସହର ତାପମାତ୍ରା

ପ୍ରଚଣ୍ଡ ରୁଦ୍ରତାପରେ ସିଜୁଛି ଓଡିଶା , ୪୦ ଡିଗ୍ରୀ ଉପରେ ୧୫ ସହର ତାପମାତ୍ରା

ପ୍ରଚଣ୍ଡ ରୁଦ୍ରତାପରେ ସିଜୁଛି ଓଡିଶା  , ୪୦ ଡିଗ୍ରୀ ଉପରେ ୧୫ ସହର ତାପମାତ୍ରା
ଭୁବନେଶ୍ୱର: ଖରାରେ ସିଜୁଛି ଓଡିଶା । ପ୍ରଚଣ୍ଡ ରୁଦ୍ରତାପ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ୱର ତାପାମାତ୍ରା ୪୪.୨ ବିଶ୍ୱରେ ସବୁଠୁ ଉତପ୍ତ ସହର ଥିଲା । ଦେହହାତ ଜଳିଯାଉଥିଲା । ମୁହଁ ସିଝି ଯାଉଥିଲା ଝାଞ୍ଜି ମାଡରେ । ଆଖି , ମୁଣ୍ଡ ଝାଇଁ ଝାଇଁ ହୋଇଯାଉଥିଲା । ଆଜି ମଧ୍ୟ ସେହିପରି ଅନୁଭୂତ ହେବ ବୋଲି ଆଶଙ୍କା କରାଯାଉଛି । ଆଜି ରାଜ୍ୟରେ ତାପମାତ୍ରା ସାମନ୍ୟ ହ୍ରାସ ପାଇଛି । ଆଜି ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ତାପମାତ୍ରା ଥିଲା । ଆଜି ବି ରାଜ୍ୟର ୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଆଜି ଅନୁଗୁଳ ଏବଂ ତାଳଚେର ଯୁଗ୍ମଭାବେ ୪୨.୭ ଡିଗ୍ରୀ ସର୍ବାଧୀକ ଉତପ୍ତ ରହିଥିଲା । ବାରିପଦା, ଟିଟିଲାଗଡ ଏବଂ ପାରଳାଖେମୁଣ୍ଡି ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା । ବୌଦ୍ଧ ଓ ମାଲକାନଗିରି ୪୨, ଭବାନୀପଟଣା-୪୧.୬, ସୁନ୍ଦରଗଡ-୪୧.୫ ସମ୍ବଲପୁର-୪୧.୪ , ହୀରାକୁଦ ୪୦.୭ , ଝାରସୁଗୁଡା ୪୦.୬ ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା ।