ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ
ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ
admin
Nov 22, 2019 - 06:55
Updated: Nov 22, 2019 - 06:55
କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୧ଲକ୍ଷ ୨୦ହଜାର ୪୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଆଜି ଏହାର ଫଳ ପ୍ରକାଶ ପାଇଥିବାବେଳେ ବୋର୍ଡର ନିଜସ୍ୱ ୱେବସାଇଟ୍ www.bseodisha.in ରେ କର୍ତ୍ତୃପକ୍ଷ ପରୀକ୍ଷାଫଳ ଅପ୍ଲୋଡ କରଥିବା ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ ସେମାନଙ୍କ ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ନିଜନିଜର ଫଳ ଜାଣିପାରିବେ । ତେବେ କେତେ ପ୍ରତିଶତ ଫଳ ହୋଇଛି ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଶୁକ୍ରବାର ୱେବସାଇଟ୍ରେ ସମସ୍ତ ତଥ୍ୟ ମିଳିପାରିବ ବୋଲି ବୋର୍ଡ ସମ୍ପାଦକ ରମାସିସ୍ ହାଜରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଓଟିଇଟି ପରୀକ୍ଷା ଅନଲାଇନରେ ହୋଇଥିଲା । ହେଲେ ଉକ୍ତ ପରୀକ୍ଷାରେ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲାବେଳେ ପ୍ରଶ୍ନରେ ବନାନଗତ ଓ ଭାଷାଗତ ତ୍ରୁଟି ରହିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ବିଭିନ୍ନ ସଓଗଠନ ଓ ଅଭିଭାବକଙ୍କ ଦ୍ୱାରା ବୋର୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା । ପରେ ବୋର୍ଡ ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକ ଘଟଣା ବିଷୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ନଜରକୁ ଆଣିବା ପରେ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ନଭେମ୍ବର ୨୦ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ମନ୍ତ୍ରୀ ସେଠାରେ ନିଦେ୍ର୍ଧଶ ଦେଇଥିଲେ ।