ପୋଡ଼ିବା ଆଗରୁ ମୃତଦେହକୁ ଖଣ୍ଡଖଣ୍ଡ କରିଥିଲେ

ପୋଡ଼ିବା ଆଗରୁ ମୃତଦେହକୁ ଖଣ୍ଡଖଣ୍ଡ କରିଥିଲେ

ପୋଡ଼ିବା ଆଗରୁ ମୃତଦେହକୁ ଖଣ୍ଡଖଣ୍ଡ କରିଥିଲେ

ଭୁବନେଶ୍ୱର:ମମିତା ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।  ମମିତାଙ୍କୁ ମାରି ପୋଡିବା ଆଗରୁ ମୃତଦେହକୁ ଖଣ୍ଡଖଣ୍ଡ କରି କଟାଯାଇଥିବା ବୋଲି ଜଣାପଡିଛି । ପୋଡିବା ପୂର୍ବରୁ ଖଣ୍ଡଖଣ୍ଡ କରି କଟାଯାଇଥିଲା । ତଦନ୍ତ କରୁଥିବା ସାଇଣ୍ଟିଫିକ୍ ଟିମର ଜଣେ ଅଧିକାରୀଙ୍କ ଏଭଳି ସୂଚନା ଦେଇଛନ୍ତି। ମୃତଦେହକୁ ପୋଡିବା ସହଜ କରିବାକୁ ଏଭଳି ଖଣ୍ଡଖଣ୍ଡ କଟାଯାଇଥିଲା । ଗୋବିନ୍ଦ ଓ ତାଙ୍କ ସହଯୋଗୀ ଏଭଳି କରିଥିବା ପୋଲିସର ସନ୍ଦେହ । ମମିତାଙ୍କ ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିଲା । ତଳେ କାଠ ପ୍ଲାଏ ଉପରେ ଟାୟାର ରଖି ପୋଡାଯାଇଥିଲା ।

ସେପଟେ,ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।  ଏହା ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି ।

ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ଗୋବିନ୍ଦ ସାହୁ ସହିତ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର । ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବି କରି ବନ୍ଦ ପାଳନ କରୁଛି ବିଜେପି ।