ପେଗାସସ୍ ମାମଲାରେ ନୂଆ ଖବର
ପେଗାସସ୍ ମାମଲାରେ ନୂଆ ଖବର
ନୂଆଦିଲ୍ଲୀ: ଇସ୍ରାଏଲୀ ଗୁଇନ୍ଦା ସଫ୍ଟୱେୟାର ପେଗାସସ ମାମଲାରେ ଆସିଛି ନୂଆ ଖବର । ଏ ମାମଲାରେ ଆସନ୍ତା ୪ ସପ୍ତାହ (ଜୁନ୍ ୨୦) ସୁଦ୍ଧା ରିପୋର୍ଟ ଦାଖଲ ହେବ । ଏ ନେଇ ଗଠିତ ବୈଷୟିକ (ଟେକ୍ନିକାଲ) କମିଟିକୁ ନିଦେ୍ର୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଏବେ ସୁଦ୍ଧା ୨୯ଟି ମୋବାଇଲ ଫୋନ ଯାଂଚ କରାଯାଇଛି । କିଛି ସମାଜସେବୀ ଓ ଆବେଦନକାରୀଙ୍କ ବୟାନ ବି ରେକର୍ଡ ହୋଇଛି ।
ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜେ ହିଁ ଗୋଟିଏ ଟେକ୍ନାକାଲ କମିଟି ଗଠନ କରିଥିଲେ। କମିଟି ତଦନ୍ତ କରି କୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଛି। ଆଜି ଏହାର ଶୁଣାଣି ବେଳେ ଚୂଡ଼ାନ୍ତ ରିପୋର୍ଟ ପାଇଁ କମିଟି ୪ ସପ୍ତାହ ସମୟ ମାଗିଥିଲା। କୋର୍ଟ ମଧ୍ୟ ଏଥିରେ ରାଜି ହୋଇଛନ୍ତି।
ପେଗାସସ୍ ମାମଲା ସାରା ବିଶ୍ୱରେ ଉଠିଥିଲା । ଭାରତରେ ବି ଏହାକୁ ନେଇ ରାଜନୈତିକ ଝଡ଼ ଉଠିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ବହୁ ବିରୋଧୀ ନେତା, ବିଚାରପତି, ସାମ୍ବାଦିକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଖୋଦ୍ କେତେକ କେନ୍ଦ୍ରମନ୍ତ୍ରୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ମୋବାଇଲକୁ ଏହି ଇସ୍ରାଏଲୀ ସଫ୍ଟୱେୟାର ମାଧ୍ୟମରେ ହ୍ୟାକ୍ କରି ତାଙ୍କର ସବୁ କାର୍ଯ୍ୟ, କଥାବାର୍ତ୍ତା ଉପରେ ନଜର ରଖାଯାଇଥିବା ଅଭିଯୋଗ ହୋଇଥିଲା । ଏପରିକି ସଂପୃକ୍ତି ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ମୋବାଇଲ୍ ମାଧ୍ୟମରେ ରେକର୍ଡିଂ ବି କରାଯାଉଥିବା ଅଭିଯୋଗ ଉଠିଥିଲା । ଏ ମାମଲା ଅଧିକ ତେଜିବା ପରେ ସୁପ୍ରମିକୋର୍ଟ ଏ ନେଇ ଏକ ଟେକ୍ନିକାଲ କମିଟି ଗଢ଼ିଥିଲେ ।




admin 