ପୁରୁଷ ବିଶ୍ୱକପ : ଆଜିଠୁ ସେମି ଫାଇନାଲ

ପୁରୁଷ ବିଶ୍ୱକପ : ଆଜିଠୁ ସେମି ଫାଇନାଲ

ପୁରୁଷ ବିଶ୍ୱକପ : ଆଜିଠୁ ସେମି ଫାଇନାଲ

ଭୁବନେଶ୍ୱର : ହକି ବିଶ୍ୱକପ ପାଇଁ ଆଜିଠାରୁ ସେମି ଫାଇନାଲ ଟକ୍କର । ଫାଇନାଲ ଟିକେଟ ପାଇଁ ୪ଟି ଟିମ୍ ଟର୍ଫକୁ ଓହ୍ଲାଇବେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ସେମିଫାଇନାଲ ମୁକାବିଲା। ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଜର୍ମାନୀ । ସେହିଭଳି ଦ୍ବିତୀୟ ସେମିରେ ବେଲଜିୟମ ଓ ନେଦରଲାଣ୍ଡ୍‌ସ ମଧ୍ୟରେ ହେବ ମୁକାବିଲା ।

ବିଶ୍ୱର ୪ଟି ଶ୍ରେଷ୍ଠ ଟିମ୍ ସେମିରେ ପ୍ରବେଶ କରିଥିବା ବେଳେ ଚଳିତ ବିଶ୍ୱକପରେ ଦଳ ଅପରାଜେୟ ରହିଛି । ଏଥିସହିତ ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍। ତେବେ ଚଳିତ ବିଶ୍ୱକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ରହିଛି ।

ସେପଟେ ହକି ବିଶ୍ୱକପରେ ପୋଜିସନ୍ ପାଇଁ ଖେଳାଯାଉଥିବା ଏକ ମ୍ୟାଚ୍ ରେ ଜାପାନକୁ ୮-୦ ଗୋଲରେ ପରାସ୍ତ କରିଛି ଭାରତ । ରାଉରକେଲାରେ ଖେଳାଯାଇଥିଲା ଏହି ମ୍ୟାଚ୍ । ବିଶ୍ୱକପ ଦୌଡ଼ରୁ ଭାରତୀୟ ହକି ଦଳ ବାଦ୍ ପଡିସାରିଥିବା ବେଳେ ଜାପାନ ବିରୋଧରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଏହି ବିଜୟ ସହ ଭାରତ ବିଶ୍ୱକପରେ ନବମ ସ୍ଥାନରେ ରହିଛି।