ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା

ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା

ପୁରୀରେ ୧୨ ରାଜ୍ୟର ପର୍ଯ୍ୟଟକଙ୍କୁ କଟକଣା
ପୁରୀ: ଦେଶରେ ବର୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଏହି ଦ୍ୱିତୀୟ ଲହର ବହୁ କ୍ଷିପ୍ର ଗତି ବଢି ଚାଲିଛି । ଆଜି ମଧ୍ୟ ଦେଶରୁ ୯୬ ହଜାର ୯୮୨ ଜଣ କରୋନା ପଜିଟି ଚିହ୍ନଟ ହୋଇଥିବା ହୋଇଛନ୍ତି । ସେହିପରି ରାଜ୍ୟରୁ ମଧ୍ୟ ୫୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପରେ ପୁରୀ ଜିଲ୍ଲାରେ ନିୟମ କଡାକଡି ହୋଇଛି । ଏଣିକି ଅନ୍ୟ ରାଜ୍ୟରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ ବୋଲି ସୂଚନା ମିଳିଛି । ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ୧୨ ରାଜ୍ୟର ପର୍ଯ୍ୟଟକଙ୍କ ଆରଟି-ପିସିଆର ନେଗେଟିଭଗ ରିପୋର୍ଟ ବାଧ୍ୟତାମୂଳକ ରହିବ । ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ, କେରଳ, ଗୁଜରାଟ ପ୍ରମୁଖ ରାଜ୍ୟ ରହିଛି । ନେଗେଟିଭ ରିପୋର୍ଟ ନ ଆଣିଲେ ୭ ଦିନିଆ ହୋମ ଆଇସୋଲେସନରେ ରହିବେ । କୋଭିଡ ସ୍ଥିତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।