ପୁରୀରେ ହେବ ବିମାନବନ୍ଦର, ସିନ୍ଧିଆ କଣ କହିଲେ

ପୁରୀରେ ହେବ ବିମାନବନ୍ଦର, ସିନ୍ଧିଆ କଣ କହିଲେ

ପୁରୀରେ ହେବ ବିମାନବନ୍ଦର, ସିନ୍ଧିଆ କଣ କହିଲେ

ଝାରସୁଗୁଡ଼ା:ପୁରୀରୁ ଉଡ଼ିବ ବିମାନ। ଜାତୀୟ ଓ ଅନ୍ତର୍ଜାତୀୟ ପର୍ୟ୍ଯଟକ ସିଧା ବିମାନ ସେବା ସହାୟତାରେ ଜଗନ୍ନାଥ ମାଟିରେ ପହଁଚିବେ। ଓଡ଼ିଆଙ୍କ ଏହି ସ୍ୱପ୍ନ ଶୀଘ୍ର ସାକାର ହେବ। ଏହି ଆଶା ବଢ଼ିଛି ଆଜି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ପୁରୀକୁ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି। ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି। ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିବ।

ଜୟପୁର ଓ ଉତକେଲା ଏୟାରଷ୍ଟ୍ରିପ ନେଇ ସିନ୍ଧିଆ କହିଛନ୍ତି, ଜୟପୁର ଓ ଉତକେଲା ପ୍ରସ୍ତାବ ମଧ୍ୟ ଶୀଘ୍ର ରାଜ୍ୟ ସରକାର ଦିଅନ୍ତୁ। ତୁରନ୍ତ ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ଲାଇସେନ୍ସ ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି।