ପୁଣି ବଢ଼ିଲା ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ

ପୁଣି ବଢ଼ିଲା ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ

ପୁଣି ବଢ଼ିଲା ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ଅଣ-ରିହାତି ରନ୍ଧନ ଗ୍ୟାସ୍ ଦର ସିଲିଣ୍ଡର୍ପିଛା ୨୫ଟଙ୍କା ବଢ଼ିଛି। ଏହି ନୂଆ ମୂଏ୍ୟ ଆଜିଠାରୁ ଲାଗିଛି।  ଏଥିସହ ‘ବ୍ୟାବସାୟିକ ଦର ମଧ୍ୟ ସିଲିଣ୍ଡର୍ପିଛା ୭୫ଟଙ୍କା ବୃଦ୍ଧି ପାଇଛି।

ରାଷ୍ଟ୍ରାୟ ତୈଳ କମ୍ପାନିମାନେ ଧାର୍ୟ୍ୟ କରିଥିବା ଉପରୋକ୍ତ ବର୍ଦ୍ଧିତ ମୂଲ୍ୟ ହିସାବରେ, ସମ୍ପ୍ରତି ଦିଲ୍ଲୀରେ ଗୋଟିଏ ୧୪.୨ କି.ଗ୍ରା. ଅଣ-ରିହାତି ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ର ମୂଲ୍ୟ ଏବେ ଟ. ୮୮୪.୫୦ ପଡ଼ିବ। ସେହି ଅନୁସାରେ, କୋଲ୍କାତାରେ ଉକ୍ତ ସିଲିଣ୍ଡର୍ର ମୂଲ୍ୟ ହେବ ଟ. ୯୧୧/-।

ଅଗଷ୍ଟ ୧୭ ତାରିଖରେ ଅଣ-ରିହାତି ‘ଏଲ୍ପିଜି ସିଲିଣ୍ଡର୍’ର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଥିଲା। ପୂର୍ବରୁ ଜୁଲାଇ ପହିଲାରେ ମଧ୍ୟ ‘ଏଲ୍ପିଜି ସିଲିଣ୍ଡର୍’ର ଦର ଟ. ୨୫.୫୦ ବୃଦ୍ଧି ପାଇଥିଲା। ଆଜି ସେପ୍ଟେମ୍ବର ପହିଲାକୁ ମିଶାଇ ରନ୍ଧନ ଗ୍ୟାସ୍ ଦର କ୍ରମାଗତ ୩ ମାସ ହେବ ବୃଦ୍ଧି ପାଇ ସମୁଦାୟ ଟ. ୭୫ଟଙ୍କା ମହଙ୍ଗା ହେଲାଣି। ସୂଚନା ହିସାବରେ ଗତ ୭ ବର୍ଷ ମଧ୍ୟରେ ‘ଏଲ୍ପିଜି’ ଦର ୨ଗୁଣ ବୃଦ୍ଧି ପାଇଛି। ୨୦୧୪ ମାର୍ଚ ୧ ତାରିଖରେ ଗୋଟାଏ ‘ରିଫିଲ ଏଲ୍ପିଜି ସିଲିଣ୍ଡର୍’ ଦର ଥିଲା ଟ. ୪୧୦.୫୦। ଏବେ ତାହା ୮୫୯.୫୦ର ପହଞ୍ଚି ପ୍ରାୟ ଦୁଇଗୁଣ ହୋଇଯାଇଛି। ସରକାର ଗୋଟିଏ ଘରକୁ ରିହାତି ମୂଲ୍ୟରେ ବର୍ଷକୁ ୧୨ଟି ‘ଏଲ୍ପିଜି ସିଲିଣ୍ଡର୍’ ଯୋଗାଇ ଦେଉଛନ୍ତି। ଏହା ବାଦ୍ ମାସକୁ ମାସ ରିହାତି ଅର୍ଥ ପରିମାଣରେ ପରିବର୍ତ୍ତନ ଘଟୁଛି।