ପୁଣି ଥରେ ବଢିଲା ବସ୍ ଭଡା

ପୁଣି ଥରେ ବଢିଲା ବସ୍ ଭଡା

ପୁଣି ଥରେ ବଢିଲା ବସ୍ ଭଡା
ଭୁବନେଶ୍ୱର : ଡିଜେଲ ଦର ବୃଦ୍ଧି ପାଇଥିବାରୁ ସ୍ୱୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ବସ ଭଡ଼ା ବୃଦ୍ଧି ପାଇଛି । ପୂର୍ବରୁ ବସଭଡ଼ା କେତେ ବଢ଼ିବ ସେନେଇ ସରକାରଙ୍କ କମିଟି ନିଷ୍ପତି ନେଉଥିଲା । କିନ୍ତୁ ବାରବାର ଡିଜେଲ ଦର ବୃଦ୍ଧି ଓ ହ୍ରାସ ପାଉଥିବାରୁ ସ୍ୱୟଂକ୍ରିୟ ବ୍ୟବସ୍ଥା ପ୍ରବର୍ତନ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ଜାରି ନୂଆ ନିଦେ୍ର୍ଧଶାନାମା ଅନୁଯାୟୀ, ରାଜ୍ୟରେ ସାଧାରଣ ବସ ଭଡ଼ା କିଲୋମିଟର ପିଛା ୭୩ ପଇସାରୁ ୭୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ଭଡ଼ା ମଧ୍ୟ କିଲୋମିଟର ପିଛା ୭୬ ପଇସାରୁ ୭୭ ପଇସାକୁ ବୃଦ୍ଧି କରାଯାଇଛି । ଅପରପକ୍ଷରେ ଡିଲକ୍ସ ବସ ଭଡ଼ା ୧ଟଙ୍କା ୭ ପଇସାରୁ ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୯ ପଇସା ହୋଇଛି । ଏସି ଡିଲକ୍ସ ବସ ଭଡ଼ା ୧ ଟଙ୍କା ୨୯ ଥିବାବେଳେ ଏବେ ତାହା ୧ ଟଙ୍କା ୩୧ ପଇସାରେ ପହଁଚିଛି । ପୂର୍ବରୁ ଗତ ଡିସେମ୍ବର ୭ରେ ବସଭଡ଼ା ୧ରୁ ୨ ପଇସା ବୃଦ୍ଧି ପାଇଥିଲା । ଏବେ ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୪୨ ପଇସାରୁ ବୃଦ୍ଧି ପାଇ ୮୨ ଟଙ୍କା ୧୧ ପଇସାରେ ପହଁଚିଛି । ଯେଉଁଥିପାଇଁ ସାଧାରଣ ଓ ଏକ୍ସପ୍ରେସ ବସଭଡ଼ା କିଲୋମିଟର ପିଛା ୧ ପଇସା ଓ ଡିଲକ୍ସ ଏବଂ ଏସି ଡିଲକ୍ସ ବସ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।