ଦୁର୍ଘଟଣାରେ ପରିବାରର ୩ ମୃତ

ଦୁର୍ଘଟଣାରେ ପରିବାରର ୩ ମୃତ

ଦୁର୍ଘଟଣାରେ ପରିବାରର ୩ ମୃତ
ଭୁବନେଶ୍ୱର : ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋକୁ ଡମ୍ପର ପଛ ପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୩ ଜଣ ମୃତୁ୍ୟବରଣ କରିଛନ୍ତି । ମା’ ସହ ପୁଅ ଓ ଝିଅଙ୍କ ମୃତୁ୍ୟ ଘଟିଛି । ଅନ୍ୟପକ୍ଷରେ ଜଣେ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତି ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ମନମୁଣ୍ଡା-କଂଟାମାଳ ରାସ୍ତାର ଗୋପାଳମାଳ ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଅଟୋରେ ୪ ଜଣ ଯାଉଥିବାବେଳେ ଏକ ପିଚୁ ବୋଝେଇ ଡମ୍ପର ଧକ୍କା ଦେଇଥିଲା । ଫଳରେ ଅଟୋଟି ଛିଟିକି ଯାଇଥିଲା । ଦୁର୍ଘଟଣା ପରେ ପରେ ଘଟଣା ସ୍ଥଳରୁ ଡମ୍ପର ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କର ମୃତୁ୍ୟ ଘଟିଥିଲା । ସେମାନେ ଗୋଟିଏ ପରିବାରର ବୋଲି ଜଣାପଡ଼ିଥିବାବେଳେ ସେମାନଙ୍କ ନାମ ଜଣାପଡ଼ିନାହିଁ ।