ପୁଣି ଓଡ଼ିଶାରେ ବର୍ଷା ସଂଭାବନା

ପୁଣି ଓଡ଼ିଶାରେ ବର୍ଷା ସଂଭାବନା

ପୁଣି ଓଡ଼ିଶାରେ ବର୍ଷା ସଂଭାବନା

ଭୁବନେଶ୍ୱର:  ପଶ୍ଚିମା ଝଡର ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ସଂଭାବନା ଦେଖାଦେଇଛି। ଆସନ୍ତା ୯ ଏବଂ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ଝଡ, ବଜ୍ରପାତ ଓ  କୁଆପଥର ବୃଷ୍ଟି ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୋମବାର ସୂଚନା ଦିଆଯାଇଛି । 

ରାଜ୍ୟର ଉପକୂଳବର୍ତୀ  ଅଂଚଳରେ ଫେବୃଆରୀ ୧୦ ଏବଂ ୧୧ ତାରିଖରେ ଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି । 

ସୋମବାର ଠାରୁ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ବର୍ଷା ଏବଂ ଝଡ ହେବା ଯୋଗୁଁ ରାତିର ତାପମାତ୍ରା କେତେକ ସ୍ଥାନରେ କମିବାର ସମ୍ଭାବନା ରହିଛି ।