ପିସିସି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

ପିସିସି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

ପିସିସି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର: ପୂର୍ବ ଘୋଷଣା ମୁତାବକ ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତଦନୁଯାୟୀ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ୩୩ ସାଂଗଠନିକ ଜିଲ୍ଲାକୁ ପଠାଯାଇଛି । ଏହି ଅବସରରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ସଭାପତିମାନଙ୍କ ନା ସୁପାରିଶ କରିବେ । ଏହାଛଡ଼ା ବିଭିନ୍ନ ଲୋକଙ୍କ ସହ କଥା ହୋଇ ସମ୍ପୃକ୍ତ ପର୍ଯ୍ୟବେକ୍ଷକମାନେ ବ୍ଲକ ସଭାପତିଙ୍କ ନାଁ ବି ଜଣାଇବେ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହି ତାଲିକା ପଠାଇବାକୁ ପର୍ଯ୍ୟବେକ୍ଷକମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ଗତ ନିର୍ବାଚନରେ କଂଗ୍ରେସକୁ ସାହାଯ୍ୟ କରିନଥିବା ନେତାମାନଙ୍କୁ ଦାୟିତ୍ୱ ମିଳିବନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ହେବ । ଗତ ନିର୍ବାଚନରେ ଦଳ ପାଇଁ ଯେଉଁମାନେ ଭଲ କାମ କରିଛନ୍ତି ସେମାନଙ୍କୁ ନେଇ ଛୋଟ କମିଟି ଗଠନ କରାଯିବା ସହିତ ସାଂଗଠନିକ ଦାୟିତ୍ୱ ଦିଆଯିବ । ଦଳ ବିରୋଧରେ ମତ ଓ ମନ୍ତବ୍ୟ ଦେଇଥିବା ନେତାମାନଙ୍କୁ ଆଉ ବରଦାସ୍ତ କରାଯିବନି । ରାଜ୍ୟ କଂଗ୍ରେସର ସାଂଗଠନିକ ପୁନର୍ବିନ୍ୟାସ ନେଇ କଂଗ୍ରେସ ଭବନରେ ଗତ କିଛି ଦିନ ତଳେ ଅନୁଷ୍ଠିତ ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ । ଗାନ୍ଧି ଜୟନ୍ତୀରୁ ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ରାଜ୍ୟ ସ୍ତରରେ ପଦଯାତ୍ରା କରି ଗାନ୍ଧିଙ୍କ ଆଦର୍ଶ ଓ କଂଗ୍ରେସର ନୀତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଦଳରେ ନିଷ୍ପତ୍ତି ହୋଇଛି । କଂଗ୍ରେସର ଭବନରେ ଦଳର ବରିଷ୍ଠ ନେତାଙ୍କ ସହିତ ଦିନତମାମ ବୈଠକ ପରେ ଶ୍ରୀ ପଟ୍ଟନାୟକ କହିଥିଲେ, ପୁରୁଣା ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କଂଗ୍ରେସକୁ ନୂଆ ରୂପ ଦିଆଯିବ । ଏଥିପାଇଁ ତଳୁ ଉପର ଯାଏଁ ଦଳର ସମସ୍ତ କମିଟିର ପୁନର୍ଗଠନ କରାଯିବ । ଏଣିକି ଜୋନାଲ କମିଟି ପରିବର୍ତ୍ତେ ପୂର୍ବଭଳି ବ୍ଲକ ସ୍ତରୀୟ କମିଟି କାର୍ଯ୍ୟ କରିବ । ଗଲା ନିର୍ବାଚନରେ ଦଳ ପାଇଁ ଯେଉଁ କର୍ମୀମାନେ ନିଷ୍ଠାର ସହ କାମ କରିଛନ୍ତି ସେହିମାନଙ୍କୁ ସାଂଗଠନିକ ଦାୟିତ୍ୱ ଦେବାକୁ ଏଆଇସିସି ସ୍ତରରେ ନିଷ୍ପତ୍ତି ହାଇଛି । ଏଥିପାଇଁ ଏଆଇସିସିର ସାଧାରଣ ସମ୍ପାଦକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ସବୁ ଜିଲ୍ଲା ବୁଲିବେ । ଏଣିକି ଦଳ ଓ ନେତାଙ୍କ ବିରାଧରେ ଯିଏ କେହି ବି ମତ ଓ ମନ୍ତବ୍ୟ ଦେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହାଇଥିବା ସେ କହିଥିଲେ ।