ପିଏଫଆଇ ଅଫିସିଆଲ ଆକାଉଣ୍ଟକୁ ଅଚଳ କଲା ଟ୍ବିଟର
ପିଏଫଆଇ ଅଫିସିଆଲ ଆକାଉଣ୍ଟକୁ ଅଚଳ କଲା ଟ୍ବିଟର
ନୂଆଦିଲ୍ଲୀ: ଗତକାଲି ଇସଲାମିକ ସଂଗଠନ ପିଏଫଆଇକୁ ୫ ବର୍ଷ ପାଇଁ କେନ୍ଦ୍ର ସରକାର ବ୍ୟାନ କରିବା ପରେ ଆଜି ସଂଗଠନର ଅଫିସିଆଲ ଆକାଉଣ୍ଟକୁ ଅଚଳ କରିଛି ମାଇକ୍ରୋ ବ୍ଲଗିଂ ସଂସ୍ଥା ଟ୍ବିଟର । କେବଳ ସଂଗଠନର ଅଫିସିଆଲ ଆକାଉଣ୍ଟ ନୁହେଁ ବରଂ ଏକାଧିକ କାର୍ୟ୍ୟକର୍ତ୍ତାଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ବିଟର ଅଚଳ କରିଛି । ଟ୍ବିଟର ସମେତ ଫେସବୁକ ଫେଜ, ଇନଷ୍ଟାଗ୍ରାମରେ ମଧ୍ୟ ସଂସ୍ଥାର କାର୍ୟ୍ୟକର୍ତ୍ତାଙ୍କ ଦ୍ବାରା ସଞ୍ଚାଳିତ ହେଉଥିବା ଆକାଉଣ୍ଟ ଅଚଳ ହୋଇଯାଇଥିବା ସୂଚନା ମିଳିଛି ।
ସଂଗଠନର ମୁଖ୍ୟ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ପ୍ରାୟ ୮୦ ହଜାର ଅନୁସରଣକାରୀ ରହିଥିଲେ । ସେହିପରି ସଂସ୍ଥାର ମୁଖ୍ୟ ଓମା ସଲମଙ୍କର ମଧ୍ୟ ପ୍ରାୟ ୫୦ ହଜାର ଫଲୋର୍ସ ଥିଲେ । ସଂଗଠନର ସାଧାରଣ ସମ୍ପାଦକ ଆନିସ ଅହମ୍ମଦଙ୍କର ମଧ୍ୟ ପ୍ରାୟ ୮୦ ହଜାର ଫଲୋର୍ସ ରହିଥିଲେ । ଏ ସମସ୍ତଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି । ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ସଂଗଠନକୁ ନିଷେଧ ଘୋଷଣା କରିଥିଲେ । କାର୍ୟ୍ୟାନୁଷ୍ଠାନକୁ ୨୪ ଘଣ୍ଟା ନପୂରଣରୁ ସୋସିଆଲ ମିଡିଆ ସଂସ୍ଥାଗୁଡିକ ମଧ୍ୟ ନିଜ ଜନନୀତି ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।




admin 