ପିଅନ୍ତୁ ବ୍ରେକୋଲି ସୁପ୍, ମିଳିବ ଏହିସବୁ ଫାଇଦା

ପିଅନ୍ତୁ ବ୍ରେକୋଲି ସୁପ୍, ମିଳିବ ଏହିସବୁ ଫାଇଦା

ପିଅନ୍ତୁ ବ୍ରେକୋଲି ସୁପ୍, ମିଳିବ ଏହିସବୁ ଫାଇଦା


ଭୁବନେଶ୍ୱର: ବୟସ୍କ ଲୋକମାନେ ବ୍ରୋକୋଲି ପରିବା ଦେଖିଲେ, ତାକୁ ନୂଆ ଯୁଗରେ ପରିବା ବୋଲି କହୁଛନ୍ତି । ଶୀତଦିନେ ବଜାରରେ ବ୍ରୋକୋଲି ବିକ୍ରି ବଢେ । ଏହି ପରିବାକୁ ଫ୍ରାଏଡ଼୍ ରାଇସ୍ ରେ ମିଶାଇ, ସାଲାଡ଼୍ ଭାବେ ନଚେତ୍ ସୁପରେ ପିଇପାରିବେ । 

- ଲୈାହ, ଫାଇବାର୍, ଭିଟାମିନ୍ ସି ଭରପୂର ବ୍ରୋକୋଲି ସୁପ ପିଇଲେ ଶରୀରକୁ ଭିତରୁ ଉଷ୍ମତା ମିଳେ । ଥଣ୍ଡା,ସର୍ଦ୍ଧି ହେଲେ ଏଇ ସୁପ ପିଇଲେ ଆରାମ୍ ଲାଗେ ।
- ଯକୃତ ରୋଗୀ ଏଇ ପରିବାକୁ ସାଲାଡ଼୍ ଭାବେ ନଚେତ୍ ସୁପ ଭଳି ପିଇପାରିବେ । ସେମାନଙ୍କ ପାଇଁ ବ୍ରୋକୋଲି ଶକ୍ତିବର୍ଦ୍ଧକ ପରିବା ।
- ପ୍ରଚୁର ପରିମାଣରେ ଲୈାହ ଥିବାରୁ ବ୍ରୋକୋଲି ଖାଇଲେ ଥକ୍କା ବି ଲାଗେନି ।
- ଗର୍ଭାବସ୍ଥା ସମୟରେ ବ୍ରୋକୋଲି ସୁପ୍ ପିଇଲେ ଗର୍ଭସ୍ଥ ଶିଶୁର ବିକାଶ ଭଲରେ ହୁଏ ବୋଲି ଅନୁଧ୍ୟାନ କହୁଛି ।
- ଶୀତରେ ଖାଦ୍ୟ ଭଲଭାବେ ହଜମ ହୁଏନି । ବ୍ରୋକୋଲି ସୁପ୍ ପିଇଲେ ଏଇ ସମସ୍ୟା ମଧ୍ୟ ଦୂର ହୁଏ ।