ପାକ୍ ଅଧିକୃତ କାଶ୍ମୀର ପରି ଲାଗୁଛି ମୁମ୍ବାଇ : କଙ୍ଗନା

ପାକ୍ ଅଧିକୃତ କାଶ୍ମୀର ପରି ଲାଗୁଛି ମୁମ୍ବାଇ : କଙ୍ଗନା

ପାକ୍ ଅଧିକୃତ କାଶ୍ମୀର ପରି ଲାଗୁଛି ମୁମ୍ବାଇ : କଙ୍ଗନା
ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲାରେ ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଥିବା ବଲିଉଡ ଅଭିନ୍ରେତୀ କଙ୍ଗନା ରାଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ତାଙ୍କୁ ଏଭଳି ଧମକ ଦେଇଥିବା ଲୋକଙ୍କ ନାମ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ମୁମ୍ବାଇ ପାକ ଅଧିକୃତ କାଶ୍ମୀର ଭଳି ଲାଗୁଛି ବୋଲି କଙ୍ଗନା କହିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଅଭିନେତ୍ରୀ କଙ୍ଗନା ତାଙ୍କ ଟୁଇଟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ସୁଶାନ୍ତଙ୍କ ଆତ୍ମହତ୍ୟା ପରେ କଙ୍ଗନା ବଲିଉଡରେ ନେପୋଟିଜିମ କରାଯାଉଥିବା ଅଭିଯୋଗ ଆଣିଥିଲେ । ବଲିଉଡରେ କେବଳ ଷ୍ଟାର କିଡସକୁ ସୁଯୋଗ ଦିଆଯାଇଥାଏ । ଏପରିକି ବଲିଉଡରେ ନେପୋଟିଜିମ ଓ ଗ୍ରୁପିଜିମ୍ କରାଯାଉଥିବା କଙ୍ଗନା ବାରମ୍ବାର ଅଭିଯୋଗ କରିଛନ୍ତି ।