ପହଁଚିଲା ଭାରତ ଓ ଇଂଲଣ୍ଡ ଟିମ ବସ ,ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ କାରକେଡ଼

ବାରବାଟୀ ରେ ଲାଗିଲା ଉଭୟ ଭାରତ ଓ ଇଂଲଣ୍ଡ ଟିମ ବସ । ଆସନ୍ତା ୯ ତାରିଖ ରେ ହେବାକୁଥିବା ବାରବାଟୀ ମହାଲଢ଼େଇ ପୂର୍ବରୁ କମିଶନରେଟ ପୋଲିସ ପକ୍ଷରୁ ଆଜି କରାଯାଇଛି ସ୍ୱତନ୍ତ୍ର କାରକେଡ଼ । ଏହି ସମୟରେ ଉଭୟ ଦଳର ବସ ଆଜି ସ୍ୱତନ୍ତ୍ର ପୋଲିସ ଫୋର୍ସ ଜରିଆରେ ବାରବାଟୀ ଷ୍ଟାଡିଅମ ରେ ପହଁଚିଛି। ଉଭୟ ଭୁବନେଶ୍ୱର ଓ କଟକ ପୋଲିସ ଅଧିକାରୀ ଙ୍କ ଉପସ୍ଥିତି ରେ ଏହି କାରକେଡ଼ କରାଯାଇଥିଲା। କିପରି ଖେଳାଳି ମାନଙ୍କୁ ସୁରକ୍ଷିତ ଭାବରେ ମେ ଫେୟାର ହୋଟେଲ ରୁ ଆଣି ଷ୍ଟାଡିଅମ ରେ ଉଭୟ ଅଭ୍ୟାସ ଓ ମ୍ୟାଚ ପାଇଁ ପହଂଚାଯିବ ଓ ମ୍ୟାଚ ସରିବା ପରେ ପ୍ରତ୍ୟାବର୍ତ୍ତନ ସେନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ରୁ ଜାତୀୟ ରାଜପଥ ଦେଇ ସିଧାସଳଖ କଟକ ଅଭିମୁଖେ ଆସିବେ ଉଭୟ ଟିମ। ଶିଖରପୁର , ଯୋବ୍ରା , ରିଙ୍ଗରୋଡ଼ ଦେଇ ଟିମ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଂଚିବେ। ଏନେଇ ରୁଟ ଲାଇନିଂ କରାଯାଇଛି। ଖେଳାଳି ଆସିବା ସମୟରେ ସାଧାରଣ ଲୋକଙ୍କୁ ମୁଖ୍ୟ ରାସ୍ତାରେ ନଯିବା ପାଇଁ ଟ୍ରାଫିକ ପକ୍ଷରୁ ଏକ ନିର୍ଦେଶନାମା ଆଜି ଜାରି କରାଯିବ। ଏହାବ୍ୟତୀତ ଜରୁରୀକାଳୀନ ସେବା ଓ ଆମ୍ବଲାନ୍ସ ଗାଡି କୁ କୌଣସି ବାରଣ ନଥିବା କହିଛନ୍ତି କଟକ ଡିସିପି।