ପଶ୍ଚିମବଙ୍ଗରେ ୧୫୦ ଡାକ୍ତରଙ୍କ ଇସ୍ତଫା

ପଶ୍ଚିମବଙ୍ଗରେ ୧୫୦ ଡାକ୍ତରଙ୍କ ଇସ୍ତଫା

ପଶ୍ଚିମବଙ୍ଗରେ ୧୫୦ ଡାକ୍ତରଙ୍କ ଇସ୍ତଫା
କୋଲକତା: ପଶ୍ଚିମବଙ୍ଗ ବର୍ତମାନ ସୁଦ୍ଧା ୧୫୦ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ଦାର୍ଜିଲିଂରେ ୨୭ ଜଣ ଇସ୍ତଫା ଦେଇଥିବା ବେଳେ ଏନଆରଏସ ମେଡିକାଲ କଲେଜର ୧୦୮ ଜଣ ଡାକ୍ତର ଇସ୍ତଫା ଦେଇଛନ୍ତି । ସେହିପରି ଆରଜି ମେଡିକାଲ କଲେଜର ୮୦ ଜଣ ଡାକ୍ତର ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଛନ୍ତି । ପଶ୍ଚିମବଙ୍ଗରେ ରେସିଡେଂଟ ଡାକ୍ତରମାନଙ୍କ ଅନଶନ ଜାରି ରହିଛି । ମାଡ ପ୍ରତିବାଦରେ ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ମମତା ସରକାର ଧମକ ଚମକ ଦେବା ଆରମ୍ଭ କରିଛନ୍ତି । ଆଉ ଏସବୁ ଭିତରେ ପ୍ରାୟ ୧୫୦ରୁ ଅଧିକ ଡାକ୍ତର ଏବେ ଇସ୍ତଫା ଦେଇଥିବା ଜଣାପଡିଛି ।