ପରୀ ହତ୍ୟା ମାମଲା : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ

ପରୀ ହତ୍ୟା ମାମଲା : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ

ପରୀ ହତ୍ୟା ମାମଲା : ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀର ମାଆ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ବୁଧବାର ଏକ ବଡ଼ ଖବର ଆସିଛି । ତାହା ହେଲା ପରୀର ମା’ ସୌଦାମିନି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ପାଇବା ପାଇଁ ସେ ସୁପ୍ରିମକୋର୍ଟ ଯାଇଛନ୍ତି । ଘଟଣାର ସିବିଆଇ ତଦନ୍ତ ଦାବିରେ ପରୀର ମା’ ସୌଦାମିନି ସୁପ୍ରିମକୋଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ମାମଲାର ତଦନ୍ତ ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସି କରିଥିଲେ ମଧ୍ୟ ପରୀର ମା’ ସୌଦାମିନି କିନ୍ତୁ ଏଥିରେ ସନ୍ତୁଷ୍ଟ ନୁହନ୍ତି । ସେ ମାମଲାର ତଦନ୍ତ ସିବିଆଇ ଦେବାକୁ ଦାବି କରିଛନ୍ତି । ପ୍ରକାଶ ଯେ, ପରୀ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ହେଉଛି । ବିଶେଷକରି ବିଜେପି ଏହାକୁ ଏକ ପ୍ରମୁଖ ପ୍ରସଙ୍ଗ କରି ବ୍ୟାପକ ଆନେ୍ଦାଳନ କରିଛି । ଗତ ବିଧାନସଭା ଅଧିବେଶନରେ ବି ଏହି ପ୍ରସଙ୍ଗ ଗୃହକୁ ସରଗରମ କରିଦେଇଥିଲା । ଅପରପକ୍ଷରେ ରାଜ୍ୟ ସରକାର ହତ୍ୟାକାଣ୍ଡକୁ ଗୁରୁତର ସହ ଗ୍ରହଣ କରି ଏସଆଇଟି ତଦନ୍ତ ପାଇଁ ନିଦେ୍ର୍ଧଶ ଦେଇଥିଲେ । ଇତିମଧ୍ୟରେ ଏସଆଇଟି ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିସାରିଛି । ଅନ୍ୟପକ୍ଷରେ ଆଜି ଏହି ମାମଲାର ଅଭିଯୁକ୍ତ ନାବାଳକ ଜଣକ ବ୍ରେନ ମ୍ୟାପିଂ ପାଇଁ ମନା କରିଥିବା ଜଣାଯାଇଛି । ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତକୁ ହାଜର କରାଯାଇଥିଲା । ବ୍ରେନ ମ୍ୟାପିଂ ଆବେଦନ ଉପରେ ଶୁଣାଣି ପାଇଁ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ବ୍ରେନ ମ୍ୟାପିଂ ନେଇ ଏସଆଇଟି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ କରିଥିଲା । ତେବେ ଅଭିଯୁକ୍ତ ନାବାଳକ ବ୍ରେନ ମ୍ୟାପିଂ ପାଇଁ ମନା କରିଥିବା ଜଣାଯାଇଛି । ପୂର୍ବରୁ ଅଭିଯୁକ୍ତ ନାବାଳକ ଜଣକ ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କରିଥିଲା । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାର୍କୋ ଟେଷ୍ଟ ପାଇଁ ନାବାଳକ ଜଣକ ରାଜି ହୋଇନଥିଲା ।