ପରିବାର ଅଭିଯୋଗ କଙ୍ଗାରୁ କୋର୍ଟ : ମହିଳାଙ୍କୁ ଲଣ୍ଡା କରି ଜରିମାନା ଆଦାୟ

ପରିବାର ଅଭିଯୋଗ କଙ୍ଗାରୁ କୋର୍ଟ : ମହିଳାଙ୍କୁ ଲଣ୍ଡା କରି ଜରିମାନା ଆଦାୟ

ପରିବାର ଅଭିଯୋଗ କଙ୍ଗାରୁ କୋର୍ଟ : ମହିଳାଙ୍କୁ ଲଣ୍ଡା କରି ଜରିମାନା ଆଦାୟ
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡ଼ି ଗାଁରେ କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କ ପ୍ରତି ଜଘନ୍ୟ ଅବିଚାର କରାଯାଇଛି । ନିଜ ପରିବାର ଲୋକଙ୍କ ଅଭିଯୋଗକୁ କେନ୍ଦ୍ରକରି ତାଙ୍କୁ ଲଣ୍ଡା କରିବା ସହିତ ଜରିମାନା ଆଦାୟ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, କୁଚିଣ୍ଡା ବ୍ଲକ ପାରୁଆଭାଡ଼ି ପଞ୍ଚାୟତ ମହୁକୁମୁରାର ଗୋପାଳ ଛତି୍ରଆଙ୍କ ପୁଅ ବବୁଲୁ ଉମନ୍ତି ଛତି୍ରଆଙ୍କୁ ବିବାହ କରିଛନ୍ତି । ବବୁଲୁ ଝାରସୁଗୁଡ଼ାରେ ଶ୍ରମିକ ଭାବେ କାମ କରନ୍ତି । ଏଠାରେ ଘରେ ଉମନ୍ତି ଶାଶୁ ଓ ଶ୍ୱଶୁରଙ୍କ ସହିତ ରୁହନ୍ତି । ତେବେ ବବୁଲୁଙ୍କ ଅନୁପସ୍ଥିତ ପରିବାର ଲୋକ ଯୌତୁକ ଦାବି କରି ଉମନ୍ତିଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଗତ ୫ ତାରିଖରେ ପରିବାରରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାକୁ ଉମନ୍ତିଙ୍କୁ ପରିବାର ଲୋକ ମାଡ଼ ମାରିବା ସହିତ ତାଙ୍କ ବ୍ଲାଉଜ ଚିରି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ପରିବାର ଲୋକ ଓଲଟା ତାଙ୍କ ଉପରେ ଦୋଷ ଲଦିଥିଲେ । ଏ ସଂକ୍ରାନ୍ତରେ ଗତ ୭ ତାରିଖରେ ଗାଁରେ ଏକ ସଭା କରାଯାଇ ଉମନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୬ ହଜାର ଟଙ୍କା ଅର୍ଥ ଦଣ୍ଡ ସହ ତାଙ୍କୁ ଲଣ୍ଡା କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ମୁଣ୍ଡ ଲଣ୍ଡା ଦଣ୍ଡକୁ ପରିବର୍ତ୍ତନ କରିବାକୁ ଉମନ୍ତିଙ୍କ ସ୍ୱାମୀ ବବଲୁ ଯେତେ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନଥିଲେ ।