ପୁରସ୍କୃତ ହେବେ ତିନି ବନ ଅଧିକାରୀ; ୨ ଜଣଙ୍କୁ ମରଣୋତ୍ତର ସମ୍ମାନ

ପୁରସ୍କୃତ ହେବେ ତିନି ବନ ଅଧିକାରୀ; ୨ ଜଣଙ୍କୁ ମରଣୋତ୍ତର ସମ୍ମାନ

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ କର୍ତ୍ତବ୍ୟରତ ତିନି ଜଣ ବନ ଅଧିକାରୀଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା ପାଇଁ ଭାରତ ସରକାର ସମ୍ମାନିତ କରିବେ । ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି । ଆସନ୍ତା ୨୯ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର କର୍ବେଟ ଟାଇଗର ରିଜର୍ଭରେ “ବିଶ୍ବ ବ୍ୟାଘ୍ର ଦିବସ” ପାଳନ ଅବସରରେ ଭାରତ ସରକାରଙ୍କ ମାନ୍ୟବର ମନ୍ତ୍ରୀ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ୟ୍ୟରତ ଥିବା ସ୍ବର୍ଗତଃ ମାଥି ହାଁସଦା ଓ ସ୍ବର୍ଗତଃ ବିମଳ ଜେନାଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା, ତ୍ୟାଗ ଓ ବଳିଦାନ ପାଇଁ ମରଣୋତ୍ତର ସମ୍ନାନ ମିଳିବାକୁ ଥିବାବେଳେ ହିମାଂଶୁ ଶେଖର ସେଠୀଙ୍କୁ ତାଙ୍କର ଅସାଧାରଣ ସାହସିକତା ଓ ବୀରତ୍ବ ପାଇଁ ଏହି ପୁରସ୍କାର ମିଳିବାକୁ ଯାଉଛି ।