ପ୍ରତ୍ୟୁଷ ଓ ପ୍ରଦୋଷ ସମୟରେ ରହୁନି ସାମଞ୍ଜସ୍ୟ, କଣ କହୁଛନ୍ତି ପାଞ୍ଜି ବିଶାରଦ ?

ଚଳିତ ବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ୱ । ଓଡିଶାରେ ଅକ୍ଟୋବର ୩୧ ତାରିଖ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ଅମାବାସ୍ୟା ପାଳନ କରାଯିବ । ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି ଅମାବାସ୍ୟା ଗଣନା ହୋଇଥାଏ। ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଅପରାହ୍ନ ୩.୧୫ ଅର୍ଥାତ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିଲେ ହେଁ ପ୍ରତ୍ୟୁଷ ସମୟକୁ ଅମାବାସ୍ୟା ରହୁ ନଥିବାରୁ, ସେହିଦିନ କେବଳ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବ। ତେବେ ନଭେମ୍ବର ୧ ତାରିଖ ଦିନ ଉଭୟ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଅମାବାସ୍ୟା ରହୁଥିବାରୁ ଉକ୍ତ ଦିନ ଓଡ଼ିଶାରେ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ ବୋଲି ପାଞ୍ଜି ସମୀକ୍ଷକ କହିଛନ୍ତି।