ପଞ୍ଜାବରୁ ଜାମୁ ଯାଏ ଭୂକମ୍ପର ଝଟ୍‌କା

ପଞ୍ଜାବରୁ ଜାମୁ ଯାଏ ଭୂକମ୍ପର ଝଟ୍‌କା

ପଞ୍ଜାବରୁ ଜାମୁ ଯାଏ ଭୂକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଶନିବାର ସକାଳ ପ୍ରାୟ ୯ଟା ୫୬ରେ ପଞ୍ଜାବରୁ ଆରମ୍ଭ କରି ଜମ୍ମୁ କଶ୍ମୀର ଓ ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି ଲୋକ।ପ୍ରଥମେ ଭୂକମ୍ପର ଘଟଣା ଜମ୍ମୁ-କଶ୍ମୀରରେ ଅନୁଭୂତ ହୋଇଥିଲା। ଏହାପରେ ଦିଲ୍ଲୀ, ନୋଏଡା ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଝଟକା ଅନୁଭବ କରିଥିବା କହିଛନ୍ତି। ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ପ୍ରାୟ ୨୦ ସେକେଣ୍ଡ ଧରି ଏହା ଅନୁଭୂତ ହୋଇଛି। ଘଟଣା ପରେ ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ି ଯିବା ସହ ଦୀର୍ଘ ସମୟ ଧରି ସେଠାରେ ଅପେକ୍ଷା କରିଥିଲା।


ସେହିପରି କଶ୍ମୀରର କିଛି ଘରେ ଝଟକା ଯୋଗୁ ଫାଟ ଚିହ୍ନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଝଟକା ଯୋଗୁ ରାସ୍ତାରେ ଯାଉଥିବା ଗାଡ଼ି ମଟର ମଧ୍ୟ କିଛି ସମୟ ଧରି ଅଟକି ଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜାକିସ୍ତାନ ସୀମାନ୍ତ ଫୟାଜବାଦ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ରହିଥିଲା ଓ ଏହା ସକାଳ ୯.୫୬ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହା ଦ୍ୱାରା ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି।

ତେବେ ଭାରତର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ଝଟକା ବେଶ ସ୍ୱଳ୍ପ ଧରରଣ ଥିଲା। ତଥାପି ଜମ୍ମୁ-କଶ୍ମୀର, ଦିଲ୍ଲୀ, ଏନସିଆର ସମେତ ହରିଆଣାରେ ଝଟକା ଅନୁଭୂତ ହୋଇଛି।

ତେବେ ଭୂକମ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ଏଯାଏ କୌଣସି ସୂଚନା ମିଳିନାହିଁ।