ନୂଆବର୍ଷରେ ନୂଆ ଡିଜିପି, ଡିସେମ୍ବର ଶେଷରେ ଅଭୟଙ୍କ ଅବସର
ନୂଆବର୍ଷରେ ନୂଆ ଡିଜିପି, ଡିସେମ୍ବର ଶେଷରେ ଅଭୟଙ୍କ ଅବସର
ଭୁବନେଶ୍ୱର: ଓଡ଼ିଶା ପୁଲିସ୍ ମହାନିର୍ଦେଶକ (ଡିଜିପି) ଅଭୟଙ୍କୁ ଅବସର ନେବା ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ଡିସେମ୍ବର ୩୧ ତାରିଖରେ ସେ ଅବସର ନେବେ। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥାତ ନୂଆବର୍ଷରେ ଓଡ଼ିଶା ନୂଆ ଡିଜିପି ପାଇବ। ପରବର୍ତ୍ତୀ ଡିଜିପିଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । କିଏ ହେବେ ଆଗାମୀ ଡିଜିପି, ସେ ନେଇ ଆଇପିଏସ ମହଲରେ ରେସ ଆରମ୍ଭ ହୋଇଯାଇଛି। ବରିଷ୍ଟତା ଭିତ୍ତିରେ ୧୩ ଜଣଙ୍କ ସମ୍ଭାଵ୍ୟ ତାଲିକା ରାଜ୍ୟ ସରକାର ୟୁପିଏସସିଙ୍କୁ ପଠାଇଛି। ୟୁପିଏସସି ୩ଜଣଙ୍କ ନାଁକୁ ନେଇ ଚୂଡାନ୍ତ ତାଲିକା ରାଜ୍ୟ ସରକାରଙ୍କୁ ପଠେଇବ । ରାଜ୍ୟ ସେଥିରୁ ଜଣଙ୍କ ନାମରେ ମୋହର ମାରିବାକୁ ବାଧ୍ୟ ହେବେ। ରେସରେ ପ୍ରଦୀପ କପୁରଙ୍କ ନାଁ ଆଗରେ ଥିବା କୁହାଯାଉଛି। ବରିଷ୍ଠତା ଭିତ୍ତିରେ ବିଜୟ ଶର୍ମା ବି ତାଲିକାରେ ଅଛନ୍ତି।
ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍ ପର୍ଯ୍ୟନ୍ତ ଥିଲା। ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ। ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ। ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।




admin 