ନିର୍ବାଚନ ଡ୍ୟୁଟି ବେଳେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନିର୍ବାଚନ ଡ୍ୟୁଟି ବେଳେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ନିର୍ବାଚନ ଡ୍ୟୁଟି ବେଳେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର:  ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ନେଇ ତତ୍ପର ନିର୍ବାଚନ କମିସନର। ଏଥିପାଇଁ ନିୟୋଜିତ ହେବାକୁ ଥିବା ସରକାରୀ କର୍ମଚାରୀଙ୍କ ପ୍ରଶକ୍ଷଣ ଦିଆସାରିଛି। ଏହି ଅବସରରେ ବଡ଼ ଘୋଷଣା କରିଛନ୍ତି ରାଜ୍ୟ  ନିର୍ବାଚନ କମିଶନର । ଏପରିକି ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପୂର୍ବରୁ ଲାଗୁଥିବା ମୃତ୍ୟୁଜନିତ ଅନୁକମ୍ପା ରାଶିକୁ ବଢ଼ାଇ ଦେଇଛନ୍ତି ରାଜ୍ୟ  ନିର୍ବାଚନ କମିଶନର ।

ରାଜ୍ୟ  ନିର୍ବାଚନ କମିଶନର କରିଥିବା ଘୋଷଣା ଅନୁଯାୟୀ, ନିର୍ବାଚନ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୃତ୍ୟୁ ହେଲେ ୩୦ ଲକ୍ଷର ଅନୁକମ୍ପା ରାଶି ମିଳିବ । ଏହାବାଦ ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ମଧ୍ୟ ମିଳିବ ଅନୁକମ୍ପା । ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ ।

ନିର୍ବାଚନ ଡ୍ୟୁଟି ସମୟରେ ହିଂସାକାଣ୍ଡ ଘଟି ଏଥିରେ ନିୟୋଜିତ କର୍ମଚାରୀଙ୍କ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୧୫ ଲକ୍ଷର ଅନୁକମ୍ପା ରାଶି ମିଳିବ । ନିର୍ବାଚନ ଡ୍ୟୁଟିରେ ଥାଇ ଦୁର୍ଘଟଣାରେ ଆଖି, ଅଙ୍ଗହାନୀ ହେଲେ ୭.୫ ଲକ୍ଷ ମିଳିବ। ଡ୍ୟୁଟିରେ ଥାଇ ଗୁରୁତର ଆହତ ହେଲେ ମିଳିବ ୨ ଲକ୍ଷର ଅନୁକମ୍ପା । ସେହିପରି ଡ୍ୟୁଟିରେ  ଥାଇ କୋଭିଡରେ ମୃତ୍ୟୁ ହେଲେ ୩୦ ଲକ୍ଷର ସହାୟତା ରାଶି ମିଳିବ । ଏହି ସୁବିଧା ସରକାରୀ ଓ ପ୍ରାଇଭେଟ ଗାଡ଼ି ଡ୍ରାଇଭର ଓ ହେଲପର ବି ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ  ନିର୍ବାଚନ କମିଶନର ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ଲାଗି ନାମାଙ୍କନର ଆଜି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮ ହଜାର ୭ଶହ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଏହାବାଦ ନିର୍ବାଚନ ଲାଗି ଜିଲ୍ଲାଗୁଡ଼ିକୁ ବାଲଟ ପେପର ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଦିନର ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ୧୦ଟି ଜିଲ୍ଲାକୁ ଓ୍ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅକ୍ଷର ଅନୁସାରେ ବାଲଟ ପେପର ପଠାଯାଇଛି । ଫେବୃଆରୀ ୧୬ରୁ ରାଜ୍ୟରେ ଆରମ୍ଭ ଭୋଟ୍‌ ଗ୍ରହଣ। ମୋଟ୍ ୫ଟି ପର୍ୟ୍ୟାୟରେ ହେବ ମତଦାନ ।