ଭଗୱନ୍ତ ମାନ୍‌ ଆପ୍‌ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଭଗୱନ୍ତ ମାନ୍‌ ଆପ୍‌ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଭଗୱନ୍ତ ମାନ୍‌ ଆପ୍‌ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ତା’ର ମଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ଅରବିନ୍ଦ କେଜ୍ରିୱାଲ ଭଗୱନ୍ତ ମାନ୍ଙ୍କୁ ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଭୋଟ ଆଧାରରେ ଏହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଛି। ଭଗୱନ୍ତ ମାନ ଏବେ ଆମ୍‌ ଆଦ୍‌ମୀ ପାର୍ଟି ପଞ୍ଜାବ ୟୁନିଟ୍ ମୁଖ୍ୟ ହେବା ସହ ସାଙ୍ଗରୁର ଲୋକସଭା ଆସନରୁ ସାଂସଦ ଅଛନ୍ତି। 

ବିଭିନ୍ନ ମାଧ୍ୟମରେ ୨୧ ଲକ୍ଷ ୫୯ ହଜାର ଲୋକ ଭୋଟ୍ କରିଥିଲେ। ସେଥିରୁ ୯୩.୩% ଲୋକ ଭଗୱନ୍ତ ମାନ୍ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପସନ୍ଦ କରିଥିଲେ। ଆଉ କିଛି ଲୋକ ତାଙ୍କୁ ବି ମୁଖ୍ୟମନ୍ତ୍ରୀ ହେବାକୁ ପସନ୍ଦ କରିଥିଲେ କହିଛନ୍ତି କେଜ୍ରିୱାଲ। ପବ୍ଲିକ୍ ଭୋଟି ଅନୁଯାୟୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରଥମ ପସନ୍ଦ ଭଗୱନ୍ତ ସିଂହ ମାନ ଥିଲେ। ଦ୍ୱିତୀୟ ସ୍ଥାନରେ ନବଜୋତ ସିଂହ ସୁଦ୍ଧଙ୍କ ନାଁ ଥିଲା ବୋଲି କହିଛନ୍ତି କେଜ୍ରିୱାଲ୍।

କେଜ୍ରିୱାଲ ଗତ ସପପ୍ତାହରେ ଜନତାଙ୍କ ମତାମତ ଆଧାରରେ ପ୍ରାର୍ଥୀ ଚୟନ କରିବେ ବୋଲି କହିଥିଲେ। ଏହାପରେ ଦଳ ତରଫରୁ ଏକ ଫୋନ୍ ନମ୍ବର ଜାରି କରାଯାଇ ଜନମତ ସଂଗ୍ରହ କରାଯାଇଥିଲା। ୪୮ ବର୍ଷୀୟ ଭଗୱନ୍ତ ମାନ ରାଜନୀତିକୁ ଆସିବା ପୂର୍ବରୁ ନିଜ ପରିବାରକୁ ଛାଡି ସାରିଛନ୍ତି। ସେ ୨୦୧୪ରେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ। ଏହାପରେ ୨୦୧୭ରେ ଦଳ ତାଙ୍କୁ ପଞ୍ଜାବ ୟୁନିଟ୍ ମୁଖ୍ୟ କରିଥିଲା। ସେ ଦୁଇ ଥର ସାଙ୍ଗରୁର ଆସନରୁ ଲୋକସଭା ନିର୍ବାଚନ ଜିତିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ଜଣେ ଜଣାଶୁଣା ହାସ୍ୟ ଅଭିନେତା ଥିଲେ। କମେଡି ଜଗତରେ ଅନେକ ନାଁ ହାସଲ କରିବା ପରେ ସେ ଆପ୍ରେ ସାମିଲ ହୋଇଥିଲେ।