ନିରଞ୍ଜନଙ୍କୁ ଅଣ୍ଡାମାଡ ଧମକ

ନିରଞ୍ଜନଙ୍କୁ ଅଣ୍ଡାମାଡ ଧମକ

ନିରଞ୍ଜନଙ୍କୁ ଅଣ୍ଡାମାଡ ଧମକ
ନୂଆଦିଲ୍ଲୀ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୁଆଡେ଼ ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ । ଏଭଳି ଖୋଲାଖୋଲି ଧମକ ଦେଇଛନ୍ତି ଛାତ୍ର କଂଗ୍ରେସରୁ ନିଲମ୍ବିତ ହୋଇଥିବା ଇତୀଶ ପ୍ରଧାନ । ସେ କହିଛନ୍ତି ଯେ, ଏ ନିଲମ୍ବନକୁ ମୁଁ ଗ୍ରହଣ କରୁନାହିଁ । ମୋ ନିଲମ୍ବନ ବିଷୟରେ ଏନଏସୟୁଆଇ ସଭାପତି ଜାଣିନାହାନ୍ତି । ଯିଏ ନିଲମ୍ବନ କରିଛନ୍ତି ତାଙ୍କର ନିଲମ୍ବନ କରିବାର ଅଧିକାର ନାହିଁ । ମୋତେ ଛାତ୍ର କଂଗ୍ରେସରୁ ନିଲମ୍ବନ କରାଯାଇଛି । କିନ୍ତୁ କଂଗ୍ରେସ ନୁହେଁ । ଶାସକ ଦଳ ସହ ମିଶି ଯିଏ କଂଗ୍ରେସର କ୍ଷତି କରିଛନ୍ତି, ସେମାନଙ୍କ ମୁଖା ଖୋଲାଯିବ । ନିରଞ୍ଜନ ଯୁଆଡେ଼ ଯିବେ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି ଇତୀଶ ଧମକ ଦେଇଛନ୍ତି ।