ନିବେଶକଙ୍କୁ ୨ ଲକ୍ଷ କୋଟିର ଫାଇଦା

ନିବେଶକଙ୍କୁ ୨ ଲକ୍ଷ କୋଟିର ଫାଇଦା

ନିବେଶକଙ୍କୁ ୨ ଲକ୍ଷ କୋଟିର ଫାଇଦା
ମୁମ୍ବାଇ : କରୋନା ଭାଇରସ ସଙ୍କଟ କାରଣରୁ ତଳୁଆ ରହିଥିବା ସେୟାର ବଜାର ଆଜି ପୁଣି ଥରେ ଉପରକୁ ଉଠିଛି । ବଜାର ୭୦୪ ପଏଣ୍ଟ ଉପରକୁ ଉଠିଥିବା ବେଳେ ସେନସେକ୍ସ ସର୍ବକାଳୀନ ଶ୍ରେଷ୍ଠ ସୂଚକାଙ୍କ ଛୁଇଁଥିଲା । ୭୦୪.୩୭ ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ ୪୨୬୪୫..୩ ପଏଣ୍ଟରେ ପହଞ୍ଚିଥିଲା । ଏହି ସମୟରେ ନିଫଟୀରେ ମଧ୍ୟ ଅଭିବୃଦ୍ଧି ଘଟିଥିଲା । ୧୯୭.୫୦ ପଏଣ୍ଟର ଅଭିବୃଦ୍ଧି ସହିତ ନିଫଟୀ ୧୨୪୭୪.୦୫ ପଏଣ୍ଟରେ ପହଞ୍ଚିଥିଲା । ସେନସେକ୍ସରେ ଅଭିବୃଦ୍ଧି ହାର ୧.୬୮ ପ୍ରତିଶତ ରହିଥିବା ବେଳେ ନିଫଟୀର ଅଭିବୃଦ୍ଧି ହାର ୧.୬୧ ପ୍ରତିଶତ ରହିଥିଲା । କରୋନା ଟୀକା ଫାଇଜର ୯୦ ପ୍ରତିଶତ ସଫଳତା ହାସଲ କରିଥିବା ନେଇ ଖବର ଆସିବା ପରେ ସକାଳୁ ୩୦୦ ପଏଣ୍ଟ ଅଭିବୃଦ୍ଧି ସହିତ ଆରମ୍ଭ କରିଥିଲା ସେନସେକ୍ସ । ଦିନର ଅନ୍ତିମ ଇଣ୍ଟ୍ରାଡେ ସେସନ ପର୍ଯ୍ୟନ୍ତ ନିବେଶକଙ୍କୁ ପ୍ରାୟ ୨ ଲକ୍ଷ କୋଟିର ଫାଇଦା ହୋଇଥିଲା । ଏହା ସହିତ ବିଏସଇର ବଜାର କ୍ଷମତାରେ ୨୦୬୫୫୮.୭୫ କୋଟିର ଅଭିବୃଦ୍ଧି ଘଟିଥିଲା । ଫଳସ୍ୱରୂପ ବିଏସଇର ବଜାର କ୍ଷମତା ୧୬୫୬୭୨୫୭.୯୨ରେ ପହଞ୍ଚିଥିଲା । ଆଜିର ଦିନରେ ଇଣ୍ଡସଇଣ୍ଡ ବ୍ୟାଙ୍କର ଅଂଶଧନ ମୂଲ୍ୟରେ ସର୍ବାଧିକ ୪.୯୫ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା ।