ଭଲ ଖବର : ଆଜି ରାଜ୍ୟରୁ ୧୪୪୮ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ଆଜି ରାଜ୍ୟରୁ ୧୪୪୮ ଆକ୍ରାନ୍ତ ସୁସ୍ଥ

ଭଲ ଖବର : ଆଜି ରାଜ୍ୟରୁ ୧୪୪୮ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଦିନକୁ ଦିନ ତଳକୁ ଖସିଥିବା ବେଳେ ଆଜି ୧୦୦୦ରୁ କମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଜି ରାଜ୍ୟରୁ ୧୪୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତିତ କଟକରୁ ୧୦୭, ବରଗଡରୁ ୯୯, ସୁନ୍ଦରଗଡରୁ ୯୮, କଳାହାଣ୍ଡିରୁ ୭୨, ଜଗତସିଂହପୁରରୁ ୭୦, ନୂଆପଡାରୁ ୬୮, କେନ୍ଦୁଝରରୁ ୬୬, ମୟୁରଭଞ୍ଜରୁ ୬୬, ବାଲେଶ୍ୱରରୁ ୫୮, ପୁରୀରୁ ୫୭, ଅନୁଗୁଳରୁ ୫୩, ଭଦ୍ରକରୁ ୪୯, ବଲାଙ୍ଗୀରରୁ ୪୯, କେନ୍ଦ୍ରାପଡାରୁ ୪୯, ସମ୍ବଲପୁରରୁ ୪୩, ଯାଜପୁରରୁ ୪୧, ଝାରସୁଗୁଡାରୁ ୨୯, ମାଲକାନଗିରିରୁ ୨୮, ନବରଙ୍ଗପୁରରୁ ୨୮, ଢେଙ୍କାନାଳରୁ ୨୩, ସୋନପୁରରୁ ୨୨, ଗଞ୍ଜାମରୁ ୧୯, କୋରାପୁଟରୁ ୧୭, କନ୍ଧମାଳରୁ ୧୨, ନୟାଗଡରୁ ୧୨, ରାୟଗଡାରୁ ୭, ଗଜପତିରୁ ୬, ଦେବଗଡରୁ ୫ ଏବଂ ଷ୍ଟେଟପୁଲରୁ ୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୩୭ରେ ପହଞ୍ଚିଛି ।