ନିଜ ଅପହରଣର ନାଟକ ରଚିଲା ନବମ ଶ୍ରେଣୀ ଛାତ୍ର

ନିଜ ଅପହରଣର ନାଟକ ରଚିଲା ନବମ ଶ୍ରେଣୀ ଛାତ୍ର

ନିଜ ଅପହରଣର ନାଟକ ରଚିଲା ନବମ ଶ୍ରେଣୀ ଛାତ୍ର
ମୀରଟ : ଉତ୍ତରପ୍ରଦେଶର ଜନୈକ ନବମ ଶ୍ରେଣୀ ଛାତ୍ର ନିଜକୁ ନିଜେ ଅପହରଣ ନାଟକ ରଚିଛି । ଏହି ୧୫ ବର୍ଷୀୟ ବାଳକକୁ ପୋଲିସ ଜାମା ମସଜିଦ ଅଞ୍ଚଳରୁ ଉଦ୍ଧାର କରିବା ପରେ ଏହି କେସ ପଛର ବାସ୍ତବ କାରଣ ଜଣାପଡିଛି । ସାବତ ମାର ନିର୍ଯାତନା କାରଣରୁ ବାଳକ ଜଣକ ଘରୁ ଲୁଚି ପଳାଇଥିଲା । ଯିବା ପୂର୍ବରୁ ଘରୁ ୯ ଲକ୍ଷ ଟଙ୍କା ମଧ୍ୟ ଲୁଟ କରିଥିଲା ୧୫ ବର୍ଷୀୟ ବାଳକ ଆରିଫ । ସୋମବାର ଘରୁ ପଳାଇବା ପରେ ନିଜ ମୋବାଇଲକୁ ମେସେଜ କରି ୫୦ ଲକ୍ଷ ଟଙ୍କା ଦାବି କରିଥିଲା । ତେବେ ମୋବାଇଲକୁ ଟ୍ରାକ କରି ମୀରଟ ପୋଲିସ ବାଳକକୁ ଉଦ୍ଧାର କରିବା ସହିତ ଟଙ୍କା ଭର୍ତ୍ତି ବ୍ୟାଗ ଜବତ କରିଥିଲା । ଆରିଫର ବାପା ଆସିଫ ଗତ ଜାନୁୟାରୀ ମାସରେ ଦ୍ୱିତୀୟ ବିବାହ କରିଥିଲେ । ଏହି ଘଟଣାକୁ ନେଇ ବାଳକ ଜଣକ ମାନସିକ ଅବସାଦ ମଧ୍ୟରେ ରହିଥିଲା । ଏହାପରେ ବିଭିନ୍ନ ଫିଲ୍ମରୁ ଅନୁପ୍ରାଣିତ ହୋଇ ବାଳକ ଜଣକ ନିଜ ଅପହରଣର ନାଟକ ରଚିଥିଲା । ତେବେ ପୋଲିସ ମୋବାଇଲର ଆଇଏମଇଆଇ ନମ୍ବରକୁ ଟ୍ରେସ କରି ମଙ୍ଗଳବାର ଦିନ ବାଳକକୁ ଉଦ୍ଧାର କରିଥିଲା ।